ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ

ନୁଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୀର ଭୂମିରେ ନିଜ ସ୍ୱର୍ଗୀୟ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ଗୁଲାମ ନବୀ ଆଜାଦ, ଅଧିର ରଞ୍ଜନ ଚୌଧୁରୀଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଭାରତ ରତ୍ନରେ ସମ୍ମାନିତ ରାଜବୀ ଗାନ୍ଧୀଙ୍କ ଜୟନ୍ତୀଙ୍କୁ କଂଗ୍ରେସ ସଦଭାବନା ଦିବସ ରୂପେ ପାଳନ କରିଥାଏ । ଏହି ଅବସରରେ ଦେଶ ସାରା ଫଟୋ ପ୍ରଦର୍ଶନୀ, ରନ୍‌ ଫର ନେସନ, ରକ୍ତ ଦାନ ଶିବିର ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.