କରୋନା କଟକଣା ମଧ୍ୟରେ ବିହାରରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୭୧ ଆସନରେ ୧୦୬୬ ପ୍ରାର୍ଥୀଙ୍କ ଭିତରେ ଲଢ଼େଇ

ବିହାର : କରୋନା କଟକଣା ମଧ୍ୟରେ ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୭୧ଟି ବିଧାନସଭା ଆସନରେ ମତଦାନ । ୭୧ଟି ଆସନ ମଧ୍ୟରୁ ନୀତିଶ କୁମାରଙ୍କ ଜେଡିୟୁ ୩୫ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ବିଜେପି ୨୯ଟି ଆସନରେ ପ୍ରାର୍ଥୀ ଦେଇଛି । ଆରଜେଡି ୪୨ ଓ କଂଗ୍ରେସ ୨୦ଟି ଆସନରେ ପ୍ରାର୍ଥୀ ଦେଇଛି । ଚିରାଗ ପାଶଓ୍ଵାନଙ୍କ ଏଲଜେପି ୪୫ଟି ଆସନରେ ଲଢୁଛି । ଜେଡିୟୁର ୩୫ ପ୍ରାର୍ଥୀଙ୍କ ବିରୋଧରେ ପ୍ରାର୍ଥୀ ଦେଇଛି ଏଲଜେପି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢୁଛନ୍ତି କମନେଓ୍ଵଲ୍‌ଥ ଗେମ୍‌ ମେଡାଲିଷ୍ଟ ସୁଟର ଶ୍ରେୟସୀ ସିଂ । ସେ ଜାମୁଇ ଆସନରୁ ଲଢୁଛନ୍ତି । ଆଜିର ନିର୍ବାଚନରେ ନୀତୀଶ କ୍ୟାବିନେଟ୍‌ର ପ୍ରାୟ ୬ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରଥମ ପର୍ଯ୍ୟାୟରେ ମଇଦାନକୁ ୧୦୬୬ ଜଣ ପ୍ରାର୍ଥୀ ଓହ୍ଲାଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । କରୋନା ବ୍ୟାପିବା ପରେ ଏହା ଦେଶର ପ୍ରଥମ ବଡ଼ ନିର୍ବାଚନ । କୋଭିଡ କଟକଣା ମଧ୍ୟରେ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି ।

କରୋନା ପାଇଁ ଗୋଟିଏ ପୁଲିଂ ବୁଥ୍‌ରେ ଭୋଟର ସଂଖ୍ୟା ୧୬ଶହରୁ ୧ ହଜାରକୁ ହ୍ରାସ କରାଯାଇଛି । ପ୍ରତି ବୁଥରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଲବ୍ଧ ରହିଛି । ଭୋଟିଂ ମେସିନ ନିୟମିତ ସାନିଟାଇଜ୍‌ କରାଯିବ । ମାସ୍କ ପିନ୍ଧି ବୁଥ୍‌କୁ ଆସୁଛନ୍ତି ଭୋଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.