Padma Awards 2022: ପଦ୍ମ ପୁରସ୍କାର ପାଇଁ ଆଜି ହିଁ ସରୁଛି ନାମାଙ୍କନ, ଜାଣନ୍ତୁ ପୂରା ପ୍ରକ୍ରିୟା

ପଦ୍ମ ପୁରସ୍କାର ୨୦୨୨ ପାଇଁ ଆଜି ନାମାଙ୍କନର ଶେଷ ତାରିଖ। ଗୃହ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କେବଳ ଅଫିସିଆଲ ପଦ୍ମ ପୁରସ୍କାର ପୋର୍ଟାଲ padmaawards.gov.inରେ ଅନଲାଇନ କରାଯାଇ ପାରିବ। ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ଏକ ଅଫିସିଆଲ ବିଜ୍ଞପ୍ତି ଅନୁସାରେ, ସାଧାରଣତନ୍ତ୍ର ଦିବସ, ୨୦୨୨ ଅବସରରେ ଘୋଷଣା କରାଯିବାକୁ ଥିବା ପଦ୍ମ ପୁରସ୍କାର(ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମ ଶ୍ରୀ) ପାଇଁ ଏବେ ଅନଲାଇନ ନାମାଙ୍କନ ଚାଲିଛି। ଏହାର ଶେଷ ତାରିଖ ୧୫ ସେପ୍ଟେମ୍ବର ରହିଛି।

ମନ୍ତ୍ରାଳୟ କହିଛି ଯେ ସରକାର ପଦ୍ମ ପୁରସ୍କାରକୁ ଲୋକଙ୍କ ପୁରସ୍କାର ବନାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି। ଏଥିପାଇଁ ସମସ୍ତ ନାଗରିକଙ୍କୁ ଅନୁରୋଧ ରହିଛି କି, ସେମାନେ ଏମିତି ପ୍ରତିଭାବାନ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପାଇଁ ବାଛନ୍ତୁ, ଯାହାଙ୍କ ଉତ୍କଷ୍ଟତା ଏବଂ ଉପଲବ୍ଧିକୁ ବାସ୍ତବରେ ସମ୍ମାନ ମିଳିବା ଉଚିତ। ମହିଳା, ଅନୁସୂଚିତ ଜାତି ଓ ଜନଜାତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ସମାଜ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିବା ଲୋକଙ୍କୁ ପଦ୍ମ ପୁରସ୍କାର ପାଇଁ ନାମିତ କରିବାକୁ ମନ୍ତ୍ରାଳୟ କହିଛି।

ମନ୍ତ୍ରାଳୟ କହିଛି, ପଦ୍ମ ପୁରସ୍କାର ନାମାଙ୍କନ ପାଇଁ ପଦ୍ମ ପୋର୍ଟାଲରେ ଉପଲବ୍ଧ ଫର୍ମରେ ସମସ୍ତ ସୂଚନା ଭରିବାକୁ ହେବ। ଏଥିରେ ୮୦୦ ଶବ୍ଦରେ ସେହି ବ୍ୟକ୍ତିଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବାକୁ ହେବ, ଯାହାଙ୍କୁ ନାମିତ କରାଯାଉଥିବ। ଏ ସମ୍ବନ୍ଧରେ ଅଧିକ ସୂଚନା ଗୃହ ମନ୍ତ୍ରାଳୟର େଓ୍ଵବ୍‌ସାଇଟରେ ‘Awards and Medals’ ଶୀର୍ଷକ ଅଧୀନରେ ମଧ୍ୟ ଉପଲବ୍ଧ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.