ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର, ଜୟପୁରରେ ହେବ ଏହି ବିବାହ ଉତ୍ସବ

ଚର୍ଚ୍ଚିତ IAS ଅଫିସର ଟିନା ଡାବିଙ୍କର ଆଜି ଆଉ ଥରେ ହାତ ଗଣ୍ଠି ପଡ଼ିବ । ଜୀବନ ସାଥୀ ପ୍ରଦୀପ ଗାଓ୍ଵାଣ୍ଡେଙ୍କ ସହ ଟିନାଙ୍କ ବିବାହ ହେବ । ଜୟପୁରରେ ହେବ ଏହି ବିବାହ ଉତ୍ସବ । ୨୨ ତାରିଖରେ ରହିଛି ରିସେପ୍ସନ ପାର୍ଟି । ଏଥିପାଇଁ ରାଜସ୍ଥାନ ଜୟପୁରର ଏକ ହୋଟେଲରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ସବରେ ଉଭୟଙ୍କର କିଛି ଖାସ୍‌ ଅତିଥି ଯୋଗଦେବେ ।

୧୬ ବ୍ୟାଚର IAS ଅଫିସର ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ପ୍ରଦୀପ ହେଉଛନ୍ତି ୨୦୧୩ ବ୍ୟାଚର ଅଫିସର । ଉଭୟ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି । କରୋନା ମହାମାରୀ ସମୟରେ ଦୁହିଁଙ୍କ ମଧ୍ୟରେ ଭେଟ ହୋଇଥିଲା । ୨୯ ବର୍ଷୀୟ ଟିନା ଡାବିଙ୍କ ଏହା ଦ୍ୱିତୀୟ ବିବାହ । ଟିନା ଡାବି ଥିଲେ IAS ଟପ୍ପର ।

ସୂଚନା ଥାଉକି, ଅନୁସୂଚିତ ଜାତି ବର୍ଗରୁ ଟିନା ହେଉଛନ୍ତି ପ୍ରଥମ ଆଇଏଏସ ଟପ୍ପର।   ଟିନା ୨୦୧୮ରେ ଆଇଏଏସ୍‌ ଅତହର ଖାନଙ୍କୁ ବିବାହ କରିଥିଲେ । ପରେ ମାତ୍ର ୨ବର୍ଷ ଅର୍ଥାତ୍‌ ୨୦୨୧ରେ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଭାଙ୍ଗି ଛାଡ଼ପତ୍ର ହୋଇଥିଲା।  ହେଲେ ଆଜି ପୁଣି ଥରେ ଟିନା ଆଇଏଏସ୍‌ ପ୍ରଦୀପଙ୍କୁ ବିବାହ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.