ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଶେଷ କାର୍ଯ୍ଯ ଦିବସ

ଦିଲ୍ଳୀ(କେନ୍ଯୁଜ୍) : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଆଜି ଶେଷ କାର୍ଯ୍ଯ ଦିବସ। ଆସନ୍ତାକାଲି ସେ ଅବସର ନେବେ। ତାଙ୍କ ସ୍ଥାନରେ ନୂଆ ପ୍ରଧାନବିଚାରପତି ଭାବେ ରଞ୍ଜନ କୁମାର ଗୋଗେଇ ଶପଥ ନେବେ। ଜଷ୍ଟିସ୍‌ ମିଶ୍ରଙ୍କ ଅବସର ଲାଗି ଏକ ଭବ୍ୟ ସମ୍ବର୍ଦ୍ଦନା ଉତ୍ସବର ଆୟୋଜନ କରାଯାଇଛି। ଜଷ୍ଟିସ୍‌ ଦୀପକ ମିଶ୍ର ତାଙ୍କ କର୍ଯ୍ଯକାଳ ମଧ୍ୟରେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟର ୪୫ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଦୀପକ ମିଶ୍ର ୨୦୧୭ ଅଗଷ୍ଟ ୨୮ରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟ ଓ ପାଟଣା ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ।

You might also like