ଆଜି ଜାତୀୟ ଡାକ୍ତର ଦିବସ: ଚଳିତ ବର୍ଷ ର ଥିମ୍‌ ‘ପରିବାର ଚିକିତ୍ସକଙ୍କ ଦ୍ୱାରା ସୁସ୍ଥ ଭବିଷ୍ୟତ ଗଠନ’

ନୂଆଦିଲ୍ଲୀ: ଡାକ୍ତର ହିଁ ଦ୍ୱିତୀୟ ଇଶ୍ୱର । ରୋଗୀଙ୍କ ଜୀବନରେ ଡାକ୍ତରଙ୍କ ଅବଦାନକୁ ମହତ୍ୱ ଦେବାକୁ ଯାଇ ପ୍ରତି ବର୍ଷ ଜୁଲାଇ ୧ ତାରିଖ ଆଜିର ଦିନରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ । ବର୍ତ୍ତମାନ କୋଭିଡ୍‌ ସମୟରେ ଜୀବନକୁ ବାଜି ଲଗାଇ ଅନବରତ ସେବା ଯୋଗାଇ ଆସୁଛନ୍ତି ଏହି ଦ୍ୱିତୀୟ ଭଗବାନ ।

ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ଏହି କୋଭିଡ୍‌ ଯୋଦ୍ଧା । ଡାକ୍ତରଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜିର ଦିନଟି ଡାକ୍ତରଙ୍କ ପାଇଁ ଉତ୍ସର୍ଗିକୃତ । ଚଳିତ ବର୍ଷ ଡକ୍ଟର୍ସ ଡେର ଥିମ୍‌ ହେଉଛି ‘ପରିବାର ଚିକିତ୍ସକଙ୍କ ଦ୍ୱାରା ସୁସ୍ଥ ଭବିଷ୍ୟତ ଗଠନ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.