ଦିଲ୍ଲୀ(କେନ୍ୟୁଜ୍) : ଆଜିଠୁ ସଂସଦର ଶୀତ ଅଧିବେଶନ । ୧୯ ନିର୍ବାଚନ ପୂର୍ବରୁ, ଏହା ସଂସଦର ଶେଷ ସଂପୂର୍ଣ୍ଣ ଅଧିବେଶନ । ମୋଟ୍ ୨୦ଟି କାର୍ୟ୍ୟ ଦିବସ ରହିଛି । ବିଭିନ୍ନ ପ୍ରସଙ୍ଗରେ ଅଧିବେଶନ ସରଗରମ ରହିବ । ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ଆଜି ବାଚସ୍ପତି ସୁମିତ୍ରା ମହାଜନ ଡାକିଛନ୍ତି ସର୍ବଦଳୀୟ ବୈଠକ । ବିଶେଷ କରି ଚଳିତ ଅଧିବେଶନରେ ରାଫେଲ୍ ଡିଲ୍, ସିବିଆଇ କଳି, ଚାଷୀ ସମସ୍ୟା ଆଦି ପ୍ରସଙ୍ଗରେ ଗୃହ ସରଗରମ ହେବା ସମ୍ଭାବନା ରହିଛି ।
ସେହିପରି ଏଥର ସରକାର ଟ୍ରିପଲ ତଲାକ ସଂପର୍କିତ ବିଲ୍ ରାଜ୍ୟସଭାରେ ପାସ୍ କରାଇବାକୁ ଉଦ୍ୟମ କରିବେ । ଏହି ବିଲ୍ ଲୋକସଭାରେ ଗୃହୀତ ହୋଇଛି । କିନ୍ତୁ ରାଜ୍ୟସଭାରେ ଅଟକି ଯାଇଛି । ସାଧାରତଃ ଶୀତ ଅଧିବେଶନ ନଭେମ୍ବର ମାସରେ ଆରମ୍ଭ ହୁଏ । କିନ୍ତୁ ଲଗାତର ଦୁଇ ବର୍ଷ ହେଲା ଏହି ଡିସେମ୍ବରେ ମାସରେ ଅଧିବେଶନ ଆରମ୍ଭ ହେଉଛି । ଏଥର ନିର୍ବାଚନ ଯୋଗୁଁ ଅଧିବେଶନ ବିଳମ୍ବରେ ଆରମ୍ଭ ହେଉଛି । ସଂସଦର ଶୀତ ଅଧିବେଶନରେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଂରକ୍ଷଣ ବିଲ୍, ମହାନଦୀରୁ ପୋଲାଭରମ୍ ଆଦି ପ୍ରସଙ୍ଗ ଉଠାଇବ ବିଜେଡି । ଗତକାଲି ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଥିଲେ ପ୍ରଧାନମନ୍ତ୍ରୀ ।