ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କର ପ୍ରସ୍ତୁତି ଆରମ୍ଭ, ଅାଜି ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ

ଛତିଶଗଡ଼(କେନ୍ଯୁଜ୍) : ଛତିଶଗଡ଼ରେ ଜମିବ ପ୍ରଚାର । ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ ଗସ୍ତରେ ଯିବେ । ନକ୍ସଲ ପ୍ରଭାବିତ ବସ୍ତର ଅଞ୍ଚଳରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ଜଗଦଲପୁରରେ ଜନସଭାକୁ ସମ୍ବୋଧିତ କରିବେ ମୋଦି । ରାୟପୁର ସ୍ଥିତ ବିବେକାନନ୍ଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ଏହା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଜଗଦଲପୁର ଯିବେ ମୋଦି । ଏହି ସଭାରେ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ରହିବେ । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଆଜି ଛତିଶଗଡ଼ରେ ପ୍ରଚାର କରିବେ । କାଙ୍କେର ଜିଲ୍ଲାରେ ଜନସଭାକୁ ସମ୍ବୋଧନ କରିବେ ରାହୁଲ । ୨ ଦିନରେ ୫ଟି ସାଧାରଣ ସଭାକୁ ରାହୁଲ ଗାନ୍ଧି ସମ୍ବୋଧନ କରିବେ । ଆଜି କାଙ୍କେର ଓ ଖୈରାଗଡ଼ରେ ଜନସଭାରେ ରାହୁଲ ଗାନ୍ଧି ଯୋଗଦେବେ ।