ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ୍‌ ଟୁର୍: ଜାଇଡସ୍‌, ଭାରତ ବାୟୋଟେକ୍‌ ଓ ସେରମ ଇନଷ୍ଟିଚ୍ୟୁଟ କରିବେ ପରିଦର୍ଶନ

କେନ୍ଯୁଜ୍: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ୟାକ୍ସିନ୍‌ ଟୁର୍ । ଜାଇଡସ୍‌, ଭାରତ ବାୟୋଟେକ୍‌ ଓ ସେରମ ଇନଷ୍ଟିଚ୍ୟୁଟ ବୁଲିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ଗୁଜରାଟ ଅହମ୍ମଦାବାଦ ସ୍ଥିତ ଜାଇଡସ୍‌ କ୍ୟାଡିଲା ପରିଦର୍ଶନ କରିବେ । ସକାଳ ୯ଟା ୩୦ରେ କମ୍ପାନୀର ପ୍ଲାଣ୍ଟ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

ଜାଇଡସ୍‌ କାଡିଲା କମ୍ପାନୀର କରୋନା ଭ୍ୟାକ୍ସିନ୍‌ ଜିକୋଭ୍‌ ଡି’ର ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଛି । କାଡିଲା ପରେ ପୁନେସ୍ଥିତ ସେରମ ପରିଦର୍ଶନ କରିବେ ମୋଦି । ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା ସହ ମିଶି ଅକ୍ସଫୋର୍ଡ ଟିକା ଉତ୍ପାଦନ କରୁଛି ସେରମ୍‌ । ଦୁନିଆର ସବୁଠୁ ଭ୍ୟାକ୍ସିନ୍‌ ନିର୍ମାତା ଭାବେ ସେରମ୍‌ର ଖ୍ୟାତି ରହିଛି । ସେରମ୍‌ ପରେ ହାଇଦ୍ରାବାଦ ଯାଇ ଭାରତ ବାୟୋଟେକ୍‌ ପ୍ଲାଣ୍ଟ ବୁଲିବେ ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.