ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲା, ଆଜି ସଭିସି ରିପୋର୍ଟ ଉପରେ ସୁପ୍ରିମକୋର୍ଟରେ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଗତ ୧୨ ତାରିଖରେ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମାମଲାରେ ସିଭିସି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ । ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିିତ ତିନି ଜଣିଆ ଖଣ୍ଡପୀଠ ଏହି ସବୁ ମାମଲା ଉପରେ ଶୁଣାଣି କରିବେ । ସେପଟେ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଏମ. ନାଗେଶ୍ୱର ରାଓ ଅକ୍ଟୋବର ୨୩ରୁ ୨୬ ତାରିଖ ପର୍ଯ୍ଯନ୍ତ କ’ଣ ସବୁ ନିଷ୍ପତ୍ତିି ନେଇଛନ୍ତି ସେ ସଂପର୍କରେ କୋର୍ଟ ନିଷ୍ପତ୍ତି ନେବେ । ପୂର୍ବରୁ ଏ ସଂପର୍କରେ ନାଗେଶ୍ୱର ରାଓ ବନ୍ଦ ଲଫାପାରେ କୋର୍ଟଙ୍କୁ ଜଣାଇଥିଲେ ।

zxଚିଫ୍‌ ଆଲୋକ ବର୍ମା, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନଙ୍କ ବିରୋଧରେ ଥିବା ଲାଞ୍ଚ ଅଭିଯୋଗ ଆଣିଥିଲେ । ଦାୟର ହୋଇଥିଲା ଏଫଆଇର । ଏହାପରେ ରାକେଶ ଅସ୍ଥାନା ଆଲୋକ ବର୍ମାଙ୍କ ବିରୋଧରେ ପାଲଟା ଲାଞ୍ଚ ନେଇଥିବା ଅଭିଯୋଗ କଲେ। ଦୁଇ ଟପ୍‌ ଅଧିକାଙ୍କ ଝଗଡ଼ା ପରେ ସରକାର ଉଭୟଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଥିଲେ । ତେବେ ଅଧରାତିଆ ବାଧ୍ୟତାମୂଳକ ଛୁଟିରେ ପଠାଯିବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।