ସରୁନି କର୍ଣ୍ଣାଟକ ନାଟକ, ବାଚସ୍ପତିଙ୍କ ବିରୋଧରେ ଫେରାଦ ୧୦ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ସରୁନି କର୍ଣ୍ଣାଟକ ନାଟକ । ବାଚସ୍ପତିଙ୍କ ବିରୋଧରେ ଫେରାଦ ୧୦ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହି ବିଧାୟକଙ୍କ ଇସ୍ତଫା ଅସମ୍ବିଧାନିକ ବୋଲି ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ବାଚସ୍ପତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ ୧୦ ବିଦ୍ରୋହୀ ବିଧାୟକ । ସେପଟେ ଗତକାଲି ଆଉ ୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇଥିବା ପ୍ରଥମ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିଛନ୍ତି । ଅନ୍ୟ ୮ ଜଣ କଂଗ୍ରେସର ବିଧାୟକ ଠିକ୍‌ ସାମ୍ବିଧାନିକ ପ୍ରକ୍ରିୟା ଦେଇ ଇସ୍ତଫା ଦେଇନଥିବା କହିଛନ୍ତି ବାଚସ୍ପତି । ୧୨ ତାରିଖ ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍‌ ଦେଇଥିଲେ ବାଚସ୍ପତି । ଏହା ପୂର୍ବରୁ ଗତକାଲି ଏହି ୧୦ ବିଧାୟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ । ଆଜି କୋର୍ଟ ଏହି ମାମଲାର ଶୁଣାଣି କରିବେ । ବାଚସ୍ପତି ମଧ୍ୟ ଆଜି ଚୂଡାନ୍ତ ନିଷ୍ପତ୍ତି ନେବା ସମ୍ଭାବନା ରହିଛି। ସେପଟେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି କୁମାରସ୍ୱାମୀ । ସୂଚନା ଅନୁସାରେ କୁମାରସ୍ୱାମୀ ଆଜି ଦିନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି । ବୈଠକରେ ଯୋଗଦେବା ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.