ଆଜି ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ, ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ : ଆଜି ଗୁଜରାଟରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟିଂ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ । ୧୪ ଜିଲ୍ଲାର ୯୩ ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ମୈଦାନରେ ଅଛନ୍ତି ୮୩୩ ପ୍ରାର୍ଥୀ । ୨ କୋଟି ୫୪ ଲକ୍ଷ ଭୋଟର ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ । ଏହି ପର୍ଯ୍ୟାୟରେ ରହିଛି ବଦୋଦରା, ଅହମ୍ମଦାବାଦ ଓ ଗାନ୍ଧିନଗର ଭଳି ଗୁରୁତ୍ୱପୂର୍ଣ୍ଣ ସିଟ୍‌ ।

ଦ୍ୱିତୀୟ ପର୍ଯ୍ୟାୟରେ ଲଢେଇ କରୁଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଅନ୍ୟ ପ୍ରମୁଖ ନେତାଙ୍କ ଭିତରେ ପଟିଦାର ନେତା ହାର୍ଦ୍ଦିକ ପଟେଲ ଏବଂ ଓବିସି ନେତା ଅଳ୍ପେଶ ଠାକୁର ଅଛନ୍ତି । ବିଜେପି, ଆପ୍‌ ଓ କଂଗ୍ରେସ ମଧ୍ୟରେ ଚାଲିଛି କଡ଼ା ଟକ୍କର । ସରକାର ଗଠନ କରିବା ନେଇ ୩ ଦଳ ଦାବି କରୁଛନ୍ତି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ଭୋଟିଂ ହୋଇଥିଲା । ଆଜି ଭୋଟିଂ ପରେ ଆସନ୍ତା ୮ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.