କରୋନା: ଆବଶ୍ୟକ ପଡିବାରୁ ସାଙ୍ଗ ଘରକୁ drone ସାହାଯ୍ୟରେ ଟଏଲେଟ ପେପର ପଠାଇଦେଲେ ଯୁବକ, ଭିଡ଼ିଓ ହେଉଛି ଭାଇରଲ

କରୋନାରୁ ବର୍ତ୍ତିବା ପାଇଁ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି । କେହି ଘରୁ ବାହାରୁ ନାହାନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ପାଖକୁ ଟଏଲେଟ ପେପର drone ସାହାଯ୍ୟରେ ପଠାଉଛି । ଭିଡ଼ିଓଟି ଏବେ ପୂରା ଭାଇରଲ ହୋଇଯାଇଛି । ଘଟଣାଟି ଘଟିଥିଲା San Franciscoରେ ।

ଖବର ମୁତାବକ, ସାଙ୍ଗ ପାଖରେ ଟଏଲେଟ ପେପର ସରିଯାଇଥିଲା। ଘରୁ ବାହାରିବା ନେଇ କଟକଣା ଥିବାରୁ ସାଙ୍ଗ ଜଣକ ଅନ୍ୟ ଜଣେ ସାଙ୍ଗକୁ ଫୋନ କରି ଟଏଲେଟ ପେପର ସରିଯାଇଥିବା କଥା ଜଣାଇଥିଲେ । ଏହାପରେ ଆର ସାଙ୍ଗ ଜଣକ ଏକ ଅଜବ ଉପାୟ ବାହାର କରିଥିଲେ । ସେ droneରେ ନିଜ ସାଙ୍ଗ ପାଖକୁ ଟଏଲେଟ ପେପର ପଠାଇ ଦେଇଥିଲେ । Ian Chan ନାମକ ଟୁଇଟର ୟୁଜର ଏହି ଭିଡିଓକୁ ପୋଷ୍ଟ କରିଥିଲେ। ତେବେ Ian Chanଙ୍କୁ ତାଙ୍କ ସାଙ୍ଗ ଡେଭିଡ ଏହି ସରପ୍ରାଇଜ ଦେଇଥିଲେ । ଡେଭିଡ ଜଣେ ଦକ୍ଷ drone ପାଇଲଟ ।

Leave A Reply

Your email address will not be published.