ଉତ୍ତର ପ୍ରଦେଶରେ ଜାରି ହେଲା ନୂଆ ନିୟମ, କରବା ଚୋୖଥ ସେଲ୍ଫି ଉଠାଇ ପଠାଇଲେ ଘରେ ତିଆରି ହେବ ପାଇଖାନା

ସାଧାରଣତଃ ଗୋଟେ ଝିଅ ନିଜ ଜୀବନ ସାଥି ଠାରେ କେଉଁ କେଉଁ ଗୁଣ ଖୋଜିଥାଏ । ତା ସ୍ୱାମୀ ବହୁତ ସୁନ୍ଦର ହୋଇଥିବ, ବୁଝିବା ଶକ୍ତି ଥିବା ଓ ପରିସ୍ଥିତିକୁ ସମ୍ଭାଳି କାମ କରିପାରୁଥିବ, ଅଥବା ଭଲ ଚାକିରୀ କରୁଥିବ । କିନ୍ତୁ କେହି ମଧ୍ୟ ପ୍ରତିଦିନର ସୁବିଧା ସୁଯୋଗ ଉପରେ ସେତେଟା ଗୁରୁତ୍ୱ ଦେଇନଥାନ୍ତି । ସମସ୍ତେ ଭାବିଥାନ୍ତି କି ଏସବୁ ତ ନିଶ୍ଚିତ ରୂପେ ଥିବ । ତେଣୁ ଏପ୍ରତି କାହାର ନିଘା ନଥାଏ । କିନ୍ତୁ ଜାଣନ୍ତି କି ଭାରତର ଗ୍ରାମ ମାନଙ୍କରେ ରହୁଥିବା ମହିଳା ମାନେ ଏହି ସାଧାରଣ ସୁବିଧା ଗୁଡିକ ମଧ୍ୟ ସହଜରେ ପାଇପାରନ୍ତି ନାହିଁ ।

ବାହାଘର ପରେ ହିଁ ହୁଏତ ସେମାନଙ୍କୁ ଏ ବିଷୟରେ ଜଣା ପଡିଥାଏ । ଘରେ ପାଇଖାନା ଟିଏ ନଥିବାରୁ ସେମାନଙ୍କୁ କେତେ ଯେ ଲୋକ ହସା ହେବାକୁ ପଡ଼ିନଥାଏ | ଗାଁ ଲୋକଙ୍କ ଟାହି ଟାପରା ମଧ୍ୟ ଶୁଣିଥାନ୍ତି । ଏଣୁ କରି ଉତ୍ତର ପ୍ରଦେଶ ରାଜ୍ୟର ଜଣେ ଜିଲ୍ଲା ଅଧିକାରୀ  ଏକ ନୂଆ ପଦକ୍ଷେପ ନେଇଛନ୍ତି । ସେଠାକାର ଏସଡ଼ିଏମ ଏକ ନୂଆ ନିୟମ ଜାରି କରିଛନ୍ତି । ଏହା ସେଠି ବସବାସ କରୁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି । ଯଦି କେହି ନିଜେ ଘରେ ପାଇଖାନା ତିଆରି କରି ପାରୁନାହାନ୍ତି ତେବେ ସେ କରବା ଚୋୖଥର ସେଲ୍ଫି ଉଠାଇ ଅଧିକାରୀଙ୍କ ପାଖକୁ ପଠାଇଲେ ତାଙ୍କ ଘରେ ନିଶ୍ଚିତ ରୂପେ ପାଇଖାନା ତିଆରି କରାଯିବ । ଏହା  ସ୍ୱଚ୍ଛ ଭାରତ ମିଶନ ଅଧୀନରେ  ହିଁ ତିଆରି କରାଯିବ ।

ଏହା ସହ ପଢନ୍ତୁ: ତିନି ଭଉଣୀଙ୍କର ଗୋଟିଏ ବର, ଏପରି ପାଳିଲେ କରଓ୍ଵାଚୌଥ

ଖବର ଅନୁଯାୟୀ ଏହି ଫୋଟୋ ଗୁଡିକୁ ଜିଲ୍ଲାର ପଂଚାୟତ ଅଫିସର, ଏକଜୁକୁଟିଭ ଅଫିସର ,ମୁନିସିପାଲ କର୍ପୋରେସନ ଓ ବ୍ଲକ ଡେଭଲପ୍ମେଣ୍ଟ ଅଫିସର ମାନଙ୍କୁ ପଠାଇବାକୁ ପଡିବ । ଏହା ଦ୍ୱାରା ଅଧିକାରୀ ମାନେ ହିତାଧିକାରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିପାରିବେ । ଏଥି ପାଇଁ ଯେଉଁ ମାନେ ପ୍ରକୃତରେ ଯୋଗ୍ୟ ତାଙ୍କ ଘରେ ଅତି ଶୀଘ୍ର ପାଇଖାନା ତିଆରି କରିପାରିବେ । ଲୋକଙ୍କୁ ଏସଡ଼ିଏମଙ୍କ ଏହି ଆଇଡ଼ିଆ ବହୁତ ପସନ୍ଦ ଆସିଛି । ଏଥି ପାଇଁ ସେମାନେ ଏସଡ଼ିଏମଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି । ଯଦି ଏହି ପରି ଭାବେ ଭାରତର ପ୍ରତି ଗାଁକୁ ସୁବିଧା ସୁଯୋଗ ପହଞ୍ଚି ପାରିବ ତେବେ ଭାରତର ଗ୍ରାମୀଣ ଚିତ୍ର ନିଶ୍ଚିତ ରୂପେ ବଦଳି ଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.