କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ମଧ୍ୟରେ ଦେଶରୁ ଉଠିଯିବ ସମସ୍ତ ଟୋଲପ୍ଲାଜା, ଜାଣନ୍ତୁ ପୁଣି କେମିତି ହେବ ଟୋଲ୍ ଆଦାୟ

ଏବେ ଦେଶରେ ନ୍ଯାସନାଲ ହାଇୱେରେ ବିନା ଅଟକି ଚାଲିବ ଗାଡି। ଦେଶରେ ଥିବା ସମସ୍ତ ଟୋଲ ପ୍ଲାଜାକୁ ବନ୍ଦ କରିଦିଆଯିବ ବୋଲି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ଆସନ୍ତା ୨ ବର୍ଷ ମଧ୍ୟରେ ଭାରତର ସମସ୍ତ ଟୋଲ୍ ବୁଥକୁ ବନ୍ଦ କରାଯିବ ବୋଲି ଆସୋଚାମ୍ର ପ୍ରତିଷ୍ଠା ସପ୍ତାହ ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି। ।

ଗଡକରୀ କହିଛନ୍ତି ଯେ, ଆଗକୁ ଟୋଲ ଆଦାୟ ଜିପିଏସ୍ ଭିତ୍ତିକ ହେବ । ସରକାର ନୂଆ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିଛନ୍ତି ଏବଂ ରୁଷ ସରକାରଙ୍କ ସହଯୋଗିତାରେ ଏହାକୁ କାର୍ଯ୍ୟକାରୀ କରାଯିବ । ଦେଶବ୍ୟାପୀ ଗାଡିଗୁଡିକର ବିନା ବାଧାରେ ଚଳାଚଳ କ୍ଷେତ୍ରରେ ଏହା ସହାୟକ ହେବ । ଆଗକୁ ଟୋଲ ସଂଗ୍ରହ ବ୍ୟବସ୍ଥା ଏଭଳି ରହିବ ଯେ, ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ବାବଦ ଦେୟ କଟିବ । ଆଉ ଟୋଲ୍ ପ୍ଲାଜାରେ ଅଟକିବାର ନାହିଁ । ଗାଡିଗୁଡିକରେ ଖଞ୍ଜାଯାଇଥିବା ଜିପିଏସ୍ ଆଧାରରେ ଟୋଲ ଦେୟ ଆକାଉଣ୍ଟରୁ କଟିବ ।

toll

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସରକାର ଦେଶରେ ବାହାନକୁ ସ୍ବତନ୍ତ୍ର ଭାବେ ଯିବା ଆସିବା ପାଇଁ ଖାସ୍ ପଦକ୍ଷେପ ନେଉଛନ୍ତି। ଆଗାମୀ ୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦେଶରେ ସମସ୍ତ ଟୋଲ ପ୍ଲାଜାରେ ଫାସଟାଗ୍ ବାଧ୍ୟତାମୂଳକ କରୁଛନ୍ତି। ଏମିତି କରିବା ଦ୍ବାରା ପ୍ରଦୂଷଣ କମ୍ ହେବା ସହିତ ପେଟ୍ରୋଲ ମଧ୍ୟ ସେଭିଂ ହେଉଛି।

Leave A Reply

Your email address will not be published.