ଦେଶ ବିଦେଶ

ପରପାରିରେ କାଟୁର୍ନ ‘ଟମ୍‌ ଆଣ୍ଡ ଜେରି’ର ନିର୍ଦ୍ଦେଶକ ଜିନ୍‌ ଡିଚ୍‌, କାଟୁର୍ନ ମାଧ୍ୟମରେ ପିଲାଙ୍କ ମୁହଁରେ ଭରୁଥିଲେ ହସ

ଟିଭି ଖୋଲିଲେ ପିଲାଙ୍କର ପ୍ରଥମ ପସନ୍ଦ ହୁଏ କାଟୁର୍ନ । ତେବେ କାଟୁନ୍‌ର୍ ମଧ୍ୟରେ ‘ଟମ୍‌ ଆଣ୍ଡ ଜେରି’ ପିଲାଙ୍କର ସବୁଠୁ ପ୍ରିୟ । ‘ଟମ୍‌ ଆଣ୍ଡ ଜେରି’ କାଟୁର୍ନ ମାଧ୍ୟମରେ ସର୍ବତ୍ର ପରିଚିତ ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ୟୁଜିନି ମେରିଲ ଡିଚ୍ ବା ସକ୍ଷିପ୍ତରେ ଜିନ୍‌ ଡିଚ୍‌ ।

ଯେ କି ତାଙ୍କର ପ୍ରିୟ କାଟୁର୍ନ ଚରିତ୍ର ଟମ୍‌ ଆଣ୍ଡ ଜେରିଙ୍କୁ ଖାଲି ଛାଡ଼ି ନାହାଁନ୍ତି ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ପର ପାରିକୁ ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଆନିମେଶନ ଓ୍ଵର୍ଲ୍ଡ ସହ ଦୁନିଆକୁ ପରିଚିତ କରାଇଥିବା ଜିନ୍‌ ହେଉଛନ୍ତି ପ୍ରଥମ ବ୍ୟକ୍ତି ।

ଜିନ୍ ଏକାଧାରରେ ଜଣେ ଆନିମେଟର, ଫିଲ୍ମ ନିର୍ମାତା ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଥିଲେ । ଜିନ୍‌ ୧୯୨୪ ଅଗଷ୍ଟରେ ସିକାଗୋରେ ଜନ୍ମ ଗ୍ରହଣ କରିଥିବା ବେଳେ ଉତ୍ତର ଆମେରିକା ଥିଲା ତାଙ୍କର କର୍ମଭୂମୀ । ସେଠାରେ ସେନାଲାଗି ସେ ଡ୍ରାଫ୍ଟସ୍‌ମ୍ୟାନ୍‌ ଭାବେ କାମ କରୁଥିଲେ ।

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ୧୯୪୪ରେ ତାଙ୍କୁ ଚାକିରିରୁ କାଢ଼ି ଦିଆଯାଇଥିଲା । ଏହାପରେ ସେ ଆନିମେସନକୁ ନିଜର କ୍ୟାରିୟର କରିଥିଲେ। ସେ ପ୍ରାଗ୍‌କୁ ବୁଲିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ଜୁଡେଙ୍କୋଙ୍କ ସହ ପ୍ରେମ ହୋଇଯାଇଥିଲା । ସେଠାରେ ହିଁ ସେ ଘର କରି ରହିଯାଇଥିଲେ ।

୧୯୫୮ରେ ‘ସିଡନିଜ୍ ଫ୍ୟାମିଲି ଟ୍ରି’ ଓ ଅନ୍ୟ କେତେକ ଫିଲ୍ମ ଲାଗି ସେ ଓସ୍କାର ନୋମିନେସନ ପାଇଥିଲେ। ୧୯୬୦ରେ ତାଙ୍କ ଫିଲ୍ମ ‘ମୁନ୍ରୋ’ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମର ଏକାଡେମୀ ପୁରସ୍କାର ଲାଭ କରିଥିଲା ।

୧୯୬୧ରେ ଏଥିପାଇଁ ସେ ଓସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ। କାଟୁର୍ନ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା ‘ଟମ୍‌ ଆଣ୍ଡ ଜେରି’ । ଏହି କାଟୁର୍ନ ଧାରାବାହିକର ସେ ଥିଲେ ୩ୟ ନିର୍ଦ୍ଦେଶକ । ଏଥିଲାଗି ସେ ନିଜେ ମଧ୍ୟ ସ୍କ୍ରିପ୍ଟ ଲେଖିଥିଲେ ।

ଆନିମେସନରେ ତାଙ୍କର ଅପୂର୍ବ ଅବଦାନ ପାଇଁ ତାଙ୍କୁ ୨୦୦୪ରେ ଓ୍ଵିନସର ମାକେ’ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ସେ ଅନେକ ଭଲ ଫିଲ୍ମ ଓ ସିରିଜ୍‌ ତିଆରି କରି ବିଭିନ୍ନ ପୁରସ୍କାର ପାଇଛନ୍ତି ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

34 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

49 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago