ପାକିସ୍ତାନର କମାଣ ସମ୍ଭାଳିବେ ଇମ୍ରାନ୍ ଖାନ୍ : ଆସନ୍ତାକାଲି ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନେବେ ଶପଥ

କରାଚୀ : ପାକିସ୍ତାନର କମାଣ ସମ୍ଭାଳିବେ ଇମ୍ରାନ୍ ଖାନ୍ । ଆସନ୍ତାକାଲି ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ଦେଶର ପ୍ରଧାନମନ୍ତ୍ରୀ ଭାବରେ ଆଜି ନ୍ୟାସନାଲ୍ ଆସେମ୍ଲିରେ ସେ ନିର୍ବାଚିତ ହୋଇଛନ୍ତି । ଇମ୍ରାନଙ୍କୁ ମିଳିଛି ୧୭୬ ଖଣ୍ଡ ଭୋଟ୍ । ସରକାର ଗଠନ ପାଇଁ ଇମ୍ରାନ୍ଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ୍-ଏ-ଇନସାଫ୍କୁ ଆବଶ୍ୟକ ଥିଲା ୧୭୩ ଆସନ । ଭୋଟିଂରେ ତାଙ୍କଠାରୁ ହାରି ଯାଇଛନ୍ତି ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ଵାଜ୍ର ସହବାଜ ସରିଫ୍ ହାରି ଯାଇଛନ୍ତି । ପିଏମ୍ଏଲ୍ଏନ୍କୁ ମିଳିଥିଲା ମାତ୍ର ୯୬ ଭୋଟ୍ । ତେବେ ଭୋଟିଂରୁ ଓହରିଯାଇଥିଲା ପାକିସ୍ତାନ ପିପୁଲ୍ସ ପାର୍ଟି । ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ପିଟିଆଇ ସର୍ବାଧିକ ୧୧୬ ଆସନ ସହ ବଡ଼ ଦଳ ଭାବରେ ଉଭା ହୋଇଥିଲା । କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଏବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ପାକିସ୍ତାନର ଶାସନ ଗାଦି ସମ୍ଭାଳିବାକୁ ଯାଉଥିବା ଇମ୍ରାନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ।