ରାମନବମୀରେ ରେଳସେତୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ, ୫୫୦ କୋଟି ଟଙ୍କା ମୂଲ୍ୟର ନିର୍ମାଣ

ରାମନବମୀ ଅବସରରେ ହେବ ନୂତନ ପମ୍ବନ ରେଳସେତୁ ଲୋକାର୍ପଣ । ତାମିଲନାଡୁରେ ରେଳସେତୁର ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ । ସେତୁରେ ରେଳ ମାର୍ଗ ସହିତ ଜାହାଜ ଚଳାଚଳର ମଧ୍ୟ ବ୍ୟବସ୍ଥା ରହିଛି । ରାମେଶ୍ବରମ-ତାମ୍ବରମ ନୂତନ ରେଳ ସେବାର ମଧ୍ୟ ଶୁଭାରମ୍ଭ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ରାମନବମୀ ଅବସରରେ ତାମିଲନାଡୁର୍ ନବନିର୍ମିତ ପମ୍ବନ ରେଳସେତୁର ଲୋକର୍ପଣ କରିବେ । ଏହା ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ । ଯାହା ୫୫୦ କୋଟି ଟଙ୍କାର ମୂଲ୍ୟରେ ନିର୍ମାଣ କରାଯାଇଛି । ଏହି ସେତୁରେ ରେଳ ମାର୍ଗ ସହ ଜାହାଜ ଚଳାଚଳର ବ୍ୟବସ୍ଥାକୁ ମଧ୍ୟ ରଖାଯାଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ୮ହଜାର ୩୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନୂତନ ପମ୍ବନ ରେଳସେତୁର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ରାମେଶ୍ବରମ-ତାମ୍ବରମ ନୂତନ ରେଳ ସେବାର ମଧ୍ୟ ଶୁଭାରମ୍ଭ କରିବେ।
ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ବରମ ନିକଟସ୍ଥ ଧନୁଷକୋଡ଼ିରୁ ଆରମ୍ଭ ହୋଇଥିଲା । ରାମେଶ୍ବରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ ବିଶ୍ବସ୍ତରରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହାର ଲମ୍ବ ୨.୦୮ କିଲୋମିଟର । ଏଥିରେ ୯୯ଟି ସ୍ପାନ୍ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି। ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ । ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ ସମୁଦ୍ର ପାଣି ଓ ପବନର ଲବଣଜନିତ କ୍ଷୟରୁ ରୋକି ପ୍ରତିକୂଳ ସାମୁଦ୍ରିକ ପରିବେଶରେ ଦୀର୍ଘ ସ୍ଥାୟୀତ୍ବକୁ ସୁନିଶ୍ଚିତ କରିବ ।
Also Read : ଶ୍ରୀଲଙ୍କାରେ ମୋଦି, ‘ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ