ଆଉ କିଛି ଦୂର ନାସାର ମିଶନ ମାର୍ସ, ଆସନ୍ତାକାଲି ମଙ୍ଗଳ ଗ୍ରହରେ ଅବତରଣ କରିବ “ରୋଭର”

ନାସାର ମିଶନ ମାର୍ସ । ନାସାର ପରବର୍ତ୍ତୀ ମାର୍ସ ରୋଭର ଅବତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ଆସନ୍ତାକାଲି ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିବ । ଶେଷ ୭ ମିନିଟ୍‌ରେ କଣ ଘଟିବ ତାହାକୁ ନେଇ ବ୍ୟସ୍ତ ନାସା ବୈଜ୍ଞାନିକ ମାନେ । ଏହି ୭ ମିନିଟ୍‌ ଟେରର ବୋଲି କୁହାଯାଉଛି । କୌଣସି ସମୟରେ କିଛି ବି ଘଟିପାରେ । ମହାକାଶରେ ଯାତ୍ରା କରିବାକୁ ପ୍ରାୟ ୨.୪ ମିଲିୟନ୍‌ ମାଇଲ୍‌ ବାକି ଥିବା ବେଳେ ନାସାର ରୋଭର ମାର୍ସ ୨୦୨୦ ପ୍ରିଜରଭେରାନ୍ସ ମିଶନ ରେଡ୍‌ ପ୍ଲାନେଟ୍‌ରେ ଅବତରଣ କରିବାକୁ ପ୍ରସ୍ତୁତ । ମାର୍ଟିଆନ୍‌ ପୃଷ୍ଠରେ ଥିବା ଏକ ପ୍ରାଚୀନ ଡେଲ୍ଟା ଜେଜେରା କ୍ରାଟରରେ ସ୍ପର୍ଶ କରିବ । ପୃଥିବୀ ବାହାରେ ପ୍ରଥମ ହେଲିକପ୍ଟର ନିୟୋଜିତ କରିବା ଲକ୍ଷରେ ହିଁ ଏହି ମିଶନ ଆରମ୍ଭ କରାଯାଇଛି ।

ରେଡ୍‌ ପ୍ଲାନେଟରେ ପ୍ରାଚୀନ ଜୀବ ସତ୍ତାର ସନ୍ଧାନ କରିବା । ୭ ମାସର ଦୀର୍ଘ ଯାତ୍ରା ପରେ ମଙ୍ଗଳ ଗ୍ରହରେ ଅବତରଣ କରିବ । ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା ଖୁବ ଆକର୍ଷଣୀୟ ହୋଇଛି । ବାସ୍ତବରେ ଏହା ଅତି କଠିନ କାମ । ଅବତରଣ ଦିନ ନାସା ପୂରା ପ୍ରକ୍ରିୟାର ସିଧାପ୍ରସାରଣ କରିବ । ଗତ ଜୁଲାଇ ୩୦ ତାରିଖରେ ଆଟଲାସ ଭି ରକେଟ ସାହାଯ୍ୟରେ ପ୍ରିଜରଭରାନସ ରୋଭର ପଠାଯାଇଥିଲା । ୪ କୋଟି ୭୦ ଲକ୍ଷ କିଲୋମିଟର ଯାତ୍ରା କରି ରୋଭର ପହଞ୍ଚିବ ମଙ୍ଗଳ ଗ୍ରହରେ । ସେଠାରୁ ପଥର ଓ ମାଟି ସଂଗ୍ରହ କରିବାକୁ ଯୋଜନା କରିଛି ନାସ। ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.