ମହାନଦୀ ଜଳ ବିବାଦ ମାମଲା, ଆସନ୍ତାକାଲି ଟ୍ରିବ୍ୟୁନାଲରେ ହେବ ପ୍ରଥମ ଶୁଣାଣି

ଦିଲ୍ଲୀ(କେନ୍ଯୁଜ୍) : ମହାନଦୀ ଜଳ ବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଆସନ୍ତାକାଲି ପ୍ରଥମ ଶୁଣାଣି କରିବେ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଶୁଣାଣୀ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ଯକ୍ରମ ରହିଛି। ମହାନଦୀ ଟ୍ରିବ୍ୟୁନାଲରେ ଶୁଣାଣି ପାଇଁ ପୂର୍ବରୁ ରାଜ୍ୟ ସରକାର ଏକ ୫ ସଦସ୍ୟ ବିଶିଷ୍ଟ ଲିଗାଲ ଟିମ୍‌ ଗଠନ କରିଥିଲେ ।  ସେମାନେ ହେଲେ ମୋହନ ବି ଚାଟ୍ଟାର୍ଜୀ, ମହେଶ ଅଗ୍ରୱାଲ, ରାଧେଶ୍ୟାମ ଜେନା, ଡ. ଅନିନ୍ଦିତା ପୂଜାରୀ ଏବଂ ରଣବୀର ସିଂ। ଟିମ୍‌ରେ ସାମିଲ ସଦସ୍ୟଙ୍କର ଆନ୍ତଃ ଜଳ ବିବାଦ ମାମଲାରେ ଯଥେଷ୍ଟ ଅଭିଜ୍ଞତା ରହିଛି। ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ନିଜ ପକ୍ଷକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବିଶେଷଜ୍ଞଙ୍କ ଠାରୁ ମତାମତ ଲୋଡିଛନ୍ତି । ବିଶେଷକରି କେନ୍ଦ୍ରୀୟ ଜଳ ଆୟୋଗର ପୂର୍ବତନ ଅଧ୍ୟକ୍ଷଙ୍କ ସମେତ, ନାସନାଲ  ଇନଷ୍ଟିଚ୍ୟୁଟ ଅଫ ହାଇଡ୍ରୋଲୋଜିର ଏକ୍ସପର୍ଟଙ୍କ ମଧ୍ୟ ମତ ନିଆଯାଇଛି ।

ଆସନ୍ତାକାଲି ହେବାକୁ ଥିବା ମହାନଦୀ ଟ୍ରିବ୍ୟୁନାଲର ପ୍ରଥମ ଶୁଣାଣି ବେଳେ ରାଜ୍ୟ ସରକାର କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେଇ ତଥ୍ୟ ଓ ଦାବି ଉପସ୍ଥାପନ କରିବେ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଓଡ଼ିଶା ଓ ଛତିଶଗଡ଼ରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଗତ ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ତିନିଜଣିଆ ବିଚାରପତିଙ୍କୁ ନେଇ ଗଠିତ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ୍‌.ଖାନୱିଲକର । ଅନ୍ୟ ଦୁଇ ସଦସ୍ୟ ହେଲେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଇନ୍ଦ୍ରମିତ୍‌ କୌର କୋଚର।

 

KNews Bureau

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ…

2 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

7 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

10 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

10 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

11 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

11 hours ago