ନଜର ପକାନ୍ତୁ ବର୍ତ୍ତମାନର ପାଞ୍ଚଟି ମୁଖ୍ୟ ଖବର ଉପରେ

# ଲଦାଖ ସୀମା ଗଲଓ୍ଵାନ ଘାଟି ଉପରେ ଚୀନ୍‌ର ଦାବି ଅଯଥାର୍ଥ । ଏହା ଭାରତର ଅଛି ଓ ରହିବ ବୋଲି ଚୀନ୍‌କୁ କଡ଼ା ଜବାବ ଦେଲେ କେନ୍ଦ୍ର ସରକାର । ଗତ ୧୫ ତାରିଖରେ ଭାରତ-ଚୀନ୍ ସେନା ମଧ୍ୟରେ ମାରପିଟ୍ ପରଠାରୁ ଚୀନ୍ ତିନି ଥର ଦାବି କରି ସାରିଲାଣି ଯେ ଗଲଓ୍ଵାନ ଉପତ୍ୟକା ତାର ।

1# ସମାନ ଲିଙ୍ଗର ବ୍ୟକ୍ତି ଏକାସାଙ୍ଗରେ ରହିବାର ଅଧିକାର ଅଛି । ଏହା ସ୍ପଷ୍ଟ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଜଣେ ସେନା ମେଜରଙ୍କ ସହିତ ରହୁଥିବା ମହିଳା କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ଯେ ତାଙ୍କ ସାଥୀଙ୍କୁ ଏଭଳି ରହିବା ପାଇଁ ବାରଣ କରୁଛନ୍ତି ତାଙ୍କ ମା ଓ ଭାଇ । ସେ ଏହି ସାଥୀଙ୍କ ସହିତ ସହମତିରେ ୨୦୧୬ରୁ ରହି ଆସୁଛନ୍ତି । ଅଭିଯୋଗ ଶୁଣାଣି କରି ହାଇକୋର୍ଟ ଏହା ବୈଧ ବୋଲି କହିଛନ୍ତି ।

#  ଏବେ ସାଇବର ଅପରାଧୀମାନେ ଦେଶରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ବ୍ୟାଙ୍କ ଖାତା ସମ୍ପର୍କରେ ସୂଚନା ସଂଗ୍ରହ ଆଳରେ ଜମା ଥିବା ଟଙ୍କା ଲୁଟି ନେଉଛନ୍ତି । ଏଭଳି ଅନେକ ମାମଲା ରାଜ୍ୟ ତଥା ଦେଶରୁ ଆସିବାରେ ଲାଗିଛି । ଆଜିଠାରୁୁ ସେମାନେ ଆହୁରି ବଡ଼ ବଡ଼ ଅପରାଧ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି । ତେଣୁ ଗ୍ରାହକମାନେ ସଜାଗ ରହିବାକୁ ଭାରତ ସରକାର ସତର୍କ କରାଇ ଦେଇଛନ୍ତି ।

3

#  ଆସନ୍ତା ୨୮ ତାରିଖରେ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ୍ ଟିମ୍ । ସେଠାରେ ପହଞ୍ଚିବା ପରେ ଖେଳାଳିମାନେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହି ସେହିଠାରେ ଅଭ୍ୟାସ କରିବେ । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ ଏହି ସୂଚନା ଦେଇଛନ୍ତି ।

#  ଆରମ୍ଭ ହୋଇଗଲା ବିଶ୍ୱର ସବୁଠାରୁ ବଡ଼ ସୂର‌୍ୟ୍ୟୋପରାଗ । ଭାରତରେ ପ୍ରଥମେ ଜମ୍ମୁରେ ହେଲା ଦୃଶ୍ୟମାନ । ଆଜି ବିଭିନ୍ନ ସମୟରେ ସୂର‌୍ୟ୍ୟଙ୍କ ଆକାର ଏବଂ ଛବି ଭିନ୍ନ ଭିନ୍ନ ଦେଖା ଯିବ ।

4

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.