୨୦୨୪ ନିର୍ବାଚନ ପାଇଁ ଦିଲ୍ଲୀରେ ଏକାଠି ହେବେ ଅଣବିଜେପି ଦଳର ନେତା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ଉଦ୍ୟମ
ଦିଲ୍ଲୀରେ ଏକାଠି ହେବେ ବିଜେପି ବିରୋଧୀ ନେତା। ମେଳିର ମୁଖିଆ ରହିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ଅବସର, ଦ୍ୱିତୀୟ ସାମାଜିକ ନ୍ୟାୟ ସମ୍ମିଳନୀ। ମାସକ ମଧ୍ୟରେ ଷ୍ଟାଲିନଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଏକାଠି ହେବେ ବିଜେପି ବିରୋଧୀ। ମାର୍ଚ୍ଚ ୧ ତାରିଖରେ ଷ୍ଟାଲିନଙ୍କ ଜନ୍ମ ଦିନରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ନୂଆଦିଲ୍ଲୀ : ଦିଲ୍ଲୀରେ ଏକାଠି ହେବେ ବିଜେପି ବିରୋଧୀ ନେତା। ମେଳିର ମୁଖିଆ ରହିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ। ଅବସର, ଦ୍ୱିତୀୟ ସାମାଜିକ ନ୍ୟାୟ ସମ୍ମିଳନୀ। ମାସକ ମଧ୍ୟରେ ଷ୍ଟାଲିନଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଏକାଠି ହେବେ ବିଜେପି ବିରୋଧୀ। ମାର୍ଚ୍ଚ ୧ ତାରିଖରେ ଷ୍ଟାଲିନଙ୍କ ଜନ୍ମ ଦିନରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା।
ଏବେ ଏପ୍ରିଲ ୩ ସମ୍ମିଳନୀରେ ଯୋଗ ଦେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଏହାସହ ସମଜାବାଦୀ ପାର୍ଟିରୁ ଅଖିଲେଶ ଯାଦବ, ନ୍ୟାନନାଲ କନଫରନେସ୍ରୁ ଫାରୁକ ଅବ୍ଦଦୁଲା, ସିପିଏମ୍ରୁ ସୀତାମାର ୟୁଚେରୀ ଓ ସିପିଆଇରୁ ଡି ରାଜା ଯୋଗ ଦେବେ। ପ୍ରାୟ ୧୪ଟି ଦଳ ଏହି ସମ୍ମିଳନୀରେ ଯୋଗ ଦେବା ସମ୍ଭାବନା ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ଅଣବିଜେପି ଦଳକୁ ଏକଜୁଟ୍ କରିବାକୁ ପ୍ରୟାସ କରୁଛନ୍ତି ଷ୍ଟାଲିନ୍।
ହାଇବ୍ରିଡ୍ ମୋଡ୍ରେ ହେବ ସମ୍ମିଳନୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ପ୍ରତିନିଧି ଭୁର୍ଚଆଲ ମୋଡ୍ରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ତୃଣମୂଳ କଂଗ୍ରେସରୁ ସାଂସଦ ଡେରିକ ଓବ୍ରିଏନ୍, ଆପ୍ ସାଂସଦ ସଞ୍ଜୟ ସିଂ, ବିଆରଏସ ସାଂସଦ କେଶଭ ରାଓ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛିା ଅଣ ବିଜେପି ଦଳଙ୍କୁ ଏକଜୁଟ୍ କରିବାକୁ ଟିଏମ୍ସିରୁ ମମତା ବାନାର୍ଜୀ, ବିଆରଏସ୍ରୁ କେ ଚନ୍ଦ୍ର ଶେଖର ରାଓ ଓ ଆପ୍ରୁ ଅରବିନ୍ଦ କେଜ୍ରିୱାଲ ଉଦ୍ୟମ ଚଳାଇଛନ୍ତି। ଏମାନଙ୍କ ପ୍ଲାନ୍ରେ କିନ୍ତୁ କଂଗ୍ରେସକୁ ନେଇ ଦ୍ୱିଧା ରହିଛି।
ଜଗନମୋହନ ରେଡ୍ଡିଙ୍କ ୱାଇଏସ୍ଆର କଂଗ୍ରେସ ଓ ନବୀନଙ୍କ ବିଜେଡି ଯଦି ଏହି ସମ୍ମିଳନୀରେ ଯୋଗ ଦେବେ ତେବେ ଏହି ସମ୍ମିଳନୀର ବଡ଼ ପ୍ରଭାବ ରହିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । କିନ୍ତୁ ସମ୍ମିଳନୀରେ ବିଜେଡି ଯୋଗ ଦେବ ନାହିଁ। ବିଜେଡି କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରୁଛି। ଏହାସହ ଦଳ କେବେ ବି ଏକ ତୃତୀୟ ବିକଳ୍ପ ଉପରେ ଦୃଢ଼ ଭାବେ ସ୍ୱର ଉତ୍ତୋଳନ କରିନାହିଁ। ତେଣୁ ବିଜେପି ବିରୋଧୀ ମେଳିଠାରୁ ଦୂରେଇ ରହି ଆସୁଛି ବିଜେଡି।