ଅର୍ଦ୍ଧ ନଗ୍ନ ପ୍ରେମିକାକୁ କିସ୍‌ କରୁ କରୁ ଭୁଲ୍‌ ଜାଗାରେ ବାଜିଗଲା ହାତ…ବାସ୍‌, ଖୋଲିଗଲା ଧୋକାବାଜ୍‌ ସ୍ୱାମୀର ଅସଲ ମୁଖା; ଜୀବନରୁ ତଡ଼ିଦେଲା ସ୍ତ୍ରୀ

ଜଣେ ମହିଳା ନିଜ ସ୍ୱାମୀଙ୍କ ପୋଲ୍‌ ଖୋଲି ତାଙ୍କୁ ଜୀବନରୁ ତଡ଼ି ଦେଇଛନ୍ତି। କାହିଁକି ନା, ସେ ତାଙ୍କୁ ଧୋକା ଦେଇ ଆସୁଥିଲେ। ମହିଳା ଜଣକ କହିଥିଲେ ଯେ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ଖରାପ ସମ୍ପର୍କ ଥିଲା ଏବଂ ସେ ଏ ବିଷୟରେ ଲଗାତାର ମିଛ କହି ଆସୁଥିଲେ। କିନ୍ତୁ ହଠାତ୍ ଦିନେ ଟେକ୍ନୋଲୋଜି ସାହାଯ୍ୟରେ ସେ ନିଜ ସ୍ୱାମୀଙ୍କ ଅସଲ ମୁଖା ପଦାରେ ପକାଇ ଦେଇଥିଲେ।

ଅନ୍ୟ ମହିଳାଙ୍କ ସହିତ କରୁଥିଲେ ରୋମାନ୍ସ

ଖବର ମୁତାବକ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଘର ବାହାରେ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ, ଯିଏକି, ଅର୍ଦ୍ଧ ନଗ୍ନ ଅବସ୍ଥାରେ ଥିଲେ। ମହିଳା କହିଥିଲେ କି, ମହିଳାଙ୍କୁ ବିଦାୟ ଦେବା ବେଳେ ଦୁହେଁ ପରସ୍ପରକୁ କିସ୍‌ କରିଥିଲେ ଏବଂ ଏହାପରେ ତାଙ୍କ ସ୍ୱାମୀ ମହିଳାଙ୍କର ଭୁଲ ଜାଗାରେ ସ୍ପର୍ଶ କରିଥିଲେ। କିନ୍ତୁ ସ୍ୱାମୀଙ୍କୁ ଏ ବିଷୟରେ ଟିକିଏ ବି ଧାରଣା ନ ଥିଲା ଯେ ଏହି ପୂରା ଦୃଶ୍ୟ ଡୋର୍‌ ବେଲରେ ଲଗାଯାଇଥିବା କ୍ୟାମେରାରେ କଏଦ ହେଉଛି।

ଡୋର ବେଲ କ୍ୟାମେରାରେ କଏଦ ହେଲା ଘଟଣା

ମହିଳା କହିଥିଲେ କି, ମୋ ସ୍ୱାମୀ ଜଣେ ଧୋକାଦିଆ ପୁରୁଷ ଏବଂ ମୁଁ ତାଙ୍କୁ ଛାଡ଼ିବା ପାଇଁ ନିଷ୍ପତ୍ତି ନେଇ ସାରିଛି। ଏଥି ପୂର୍ବରୁ ଯେତେବେଳେ ବି ମହିଳା ତାଙ୍କୁ ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ କହୁଥିଲେ, ସେ ଅସୁସ୍ଥ ଥିବାର ବାହାନା ଦେଖାଇ ତାଙ୍କ ସହିତ ଯିବାକୁ ମନା କରି ଦେଉଥିଲେ। ତେବେ ମହିଳା ଡୋର ବେଲ କ୍ୟାମେରାର ଫୁଟେଜକୁ ଟିକଟକରେ ସେୟାର କରିବା ସହିତ କ୍ୟାପସନ ଲେଖିଛନ୍ତି, ‘ଯେତେବେଳେ ଆପଣଙ୍କ ସ୍ୱାମୀ ପ୍ଲାନ କରାଯାଇଥିବା ଫ୍ୟାମିଲି ଟ୍ରିପ୍‌ରେ ଏକାଠି ଯିବା ପୂର୍ବରୁ ଅଧିକ ଅସୁସ୍ଥ ହୋଇ ପଡ଼ନ୍ତି’।

ବର୍ତ୍ତମାନ ଏହି ଭିଡିଓ ଫୁଟେଜ୍ ପରେ ମହିଳାଙ୍କ ପାଖରେ ସ୍ୱାମୀଙ୍କଠାରୁ ଅଲଗା ହେବାର ଠୋସ୍‌ ପ୍ରମାଣ ରହିଛି। ଭିଡିଓ ସେୟାର ହେବା ପରେ ପାଖାପାଖି ୧ ମିଲିୟନ ଲୋକ ଏହାକୁ ଦେଖି ସାରିଲେଣି ଏବଂ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କିଛି ଲୋକ ମହିଳାଙ୍କ ସ୍ୱାମୀଙ୍କର ଏପରି କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଆଉ କିଛି ଲୋକ ମହିଳାଙ୍କୁ ଥଟ୍ଟା ପରିହାସ କରି କମେଣ୍ଟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଭିଡିଓ ଉପରେ କମେଣ୍ଟ କରି ଲେଖିଛନ୍ତି, ଯେଉଁଭଳି ଭାବେ ସେ ମହିଳାଙ୍କୁ ଚୁମ୍ବନ ଦେଇଥିଲେ, ଏଥିରୁ ଫ୍ୟାମିଲି ଟ୍ରିପ୍‌ରେ ନ ଯିବାର କାରଣ ସ୍ପଷ୍ଟ ହୋଇ ଯାଇଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଭଲ ହେଲା, ଏମିତି ପ୍ରତାରଣାକାରୀ ସ୍ୱାମୀଠାରୁ ଏବେ ଆପଣଙ୍କୁ ମୁକ୍ତି ମିଳିଯିବ।

କ୍ୟାମେରା ଲଗାଇଲେ ଏବଂ ନିଜେ ହିଁ ଧରା ପଡ଼ିଲେ

ୟୁଜରମାନଙ୍କୁ ଏହି ଘଟଣା ବିଷୟରେ ଅପଡେଟ୍ ଦେବାକୁ ଯାଇ ମହିଳା ଜଣକ କହିଛନ୍ତି ଯେ ଏବେ ମୋ ସ୍ୱାମୀ ମୋ ସହିତ ରହୁ ନାହାନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେଉଁ କ୍ୟାମେରା ସେ ଘରର ସୁରକ୍ଷା ପାଇଁ ଲଗାଇଥିଲେ, ତାହାରି ସାମ୍ନାରେ ହିଁ ସେ ଅନ୍ୟ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରୁଥିବାର ଧରା ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.