କେନ୍ୟୁଜ୍(ବ୍ୟୁରୋ): ଜଳିଗଲା ତୀର୍ଥଯାତ୍ରୀ ବସ୍ । ୪ ଯାତ୍ରୀ ଜୀବନ୍ତ ଦଗ୍ଧ। ୨୦ ରୁ ଅଧିକ ଆହତ । ବୈଷ୍ଣୋ ଦେବୀ ଯିବା ବେଳେ ଜମ୍ମୁ ନିକଟ କାତ୍ରାରେ ଘଟିଛି ଅଘଟଣ। ବୈଷ୍ଣୋ ଦେବୀ ଯାତ୍ରୀଙ୍କୁ କାତ୍ରାରୁ ଜମ୍ମୁ ନେବା ବେଳେ ହଠାତ୍ ବସ୍ଟି ହୁହୁ ହୋଇ ଜଳିଥିଲା । ବୈଷ୍ଣୋ ଦେବୀ ଯାତ୍ରା ପାଇଁ କାତ୍ରା ହେଉଛି ବେସ୍ କ୍ୟାମ୍ପ। ବେସ୍ କ୍ୟାମ୍ପ ନିକଟରେ ହିଁ ଅଘଟଣ ଘଟିଛି।
ବସ୍ରେ କେମିତି ନିଆଁ ଲାଗିଛି କିଛି ସ୍ପଷ୍ଟ ହୋଇନି । ଫରେନ୍ସିକ୍ ଟିମ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଛି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବୈଷ୍ଣୋ ଦେବୀ ସଂପର୍କିତ ଏହା ଦ୍ୱିତୀୟ ଅଘଟଣ । ଜାନୁଆରୀ ପହିଲାରେ ବୈଷ୍ଣୋ ଦେବୀରେ ଦଳାଚକଟା ହୋଇଥିଲା । ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।