ଇଜିପ୍ଟ : ବୁଡ଼ିଲା ସବମରିନ, ୬ ମୃତ, ୨୯ ଉଦ୍ଧାର

ଇଜିପ୍ଟ ମିଶିରିର ଲାଲ ସାଗରରେ ହର୍ଗହାଡା ସହରରେ ସମୁଦ୍ର ତଟରେ ଏକ ଟୁରିଷ୍ଟ ସବମରିନ ବୁଡିଯାଇଛି । ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଅସୁସ୍ଥ ହୋଇଛନ୍ତି । ଏହି ସବମରିନରେ ୪୪ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୨୯ ଜଣଙ୍କୁ ଉଦ୍ଧାର କରାଯାଇଛି ।
ରିପୋର୍ଟ ମୁତାବକ, ଏହି ଘଟଣାରୁ ୨୯ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବୁଡ଼ିଯାଇଥିବା ସବମରିନ ନା ସିନ୍ଦବାଦ । ଏଥିରେ ମୋଟ ୪୪ ଜଣ ରହିଥିଲେ । ସମୁଦ୍ର ତଟ ହାର୍ବର ନିକଟରେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଛି ।
ଘଟଣାର ଗମ୍ଭୀରତାକୁ ନେଇ ୨୧ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି । ସିନ୍ଦବାଦ ସବମରିନରେ ବିଭିନ୍ନ ଦେଶର ୪୪ ଜଣଯାତ୍ରୀ ରହିଥିଲେ । ଏମାନେ ଲାଲ ସାଗର ଗଭୀରତାରେ କୋରଲ ଫିସ୍, ଟ୍ରପିକଲ ମାଛ ସବୁ ଦେଖିବାକୁ ଯାଇଥିଲେ । ଏହି ଟୁରିଷ୍ଟ ସବମରିନ ସମୁଦ୍ର ପତ୍ତନରୁ ୭୨ ଫୁଟ ଗଭୀରତାକୁ ଯାଇପାରେ । କିନ୍ତୁ କୌଣସି କାରଣରୁ ବୁଡ଼ି ଯାଇଥିଲା । ଏହାର କାରଣ ଏଯାଏଁ ଜଣାପଡିନାହିଁ ।
Also Read : ଦକ୍ଷିଣ କୋରିଆ ବନାଗ୍ନି ଅନିୟନ୍ତ୍ରିତ : ୨୬ ମୃତ, ୨୪ ହଜାର ଲୋକ ସ୍ଥାନାନ୍ତରିତ