ପହଲଗାମକୁ ଫେରିଲେଣି ପର୍ଯ୍ୟଟକ, ପ୍ରାକୃତିକ ଶୋଭାରାଜିର ମଜା ନେଉଛନ୍ତି ଦେଶୀ ଓ ବିଦେଶୀ ପର୍ଯ୍ୟଟକ

ଧୀରେ ଧୀରେ ସ୍ବାଭାବିକ ହେଉଛି ପହଲଗାମ ।  ଆତଙ୍କୀ ହମଲାର ୫ ଦିନ ପରେ ପହଲଗାମକୁ ଫେରିଲେଣି ପର୍ଯ୍ୟଟକ ।  ଦେଶୀ ଓ ବିଦେଶୀ ପର୍ଯ୍ୟଟକ ପ୍ରାକୃତିକ ଶୋଭାରାଜିର ମଜା ନେଉଛନ୍ତି ।  ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିଥିବାରୁ ନିଜ ଭ୍ରମଣ ଯୋଜନାରୁ ଜମ୍ମୁକଶ୍ମୀରକୁ ବାଦ ଦେଇନଥିବା କହିଛନ୍ତି ପର୍ଯ୍ୟଟକ ।

ମିନି ସୁଇଜରଲ୍ୟାଣ୍ଡ ଭାବେ ପରିଚିତ ପହଲଗାମରେ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି ।  ପୂର୍ବରୁ ପ୍ରତିଦିନ ଏଠାକୁ ୫ହଜାରରୁ ୭ ହଜାରର ପର୍ଯ୍ୟଟକ ଆସୁଥିଲେ ।  ତେବେ ଗତ ୨୨ ତାରିଖରେ ଆତଙ୍କବାଦୀ ହମଲା ପରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି ।  ଆଗଭଳି ଆଉ ଭିଡ଼ ନାହିଁ ।

ପ୍ରାକୃିତକ ଶୋଭାକୁ ଉପଭୋଗ କରିବା ପାଇଁ ପହଲଗାମରେ ପର୍ଯ୍ୟଟକମାନେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି ।  ଏଠାରେ ସବୁକିଛି ସୁରକ୍ଷିତ ଥିବା କହିଛନ୍ତି କ୍ରୋଏସିଆରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ।  ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁକଶ୍ମୀର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା ।

କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଦୀର୍ଘବର୍ଷ ପରେ ଜମ୍ମକଶ୍ମୀରରେ ଶାନ୍ତି ଫେରିଥିଲା ।  ଜମ୍ମୁକଶ୍ମୀର ବିକାଶର ରାସ୍ତାରେ ଆଗେଇ ଯାଉଥିବା ବେଳେ ପହଲଗାଓଁ ଆତଙ୍କୀ ଆକ୍ରମଣ ସାରା ଦେଶକୁ ଥରାଇ ଦେଇଥିଲା ।

Also read: ମୋ ସ୍ୱାମୀଙ୍କୁ ସହିଦ ଘୋଷଣା କଲେ ମୁଁ ଏବଂ ମୋ ପରିବାର ଖୁସି ହେବୁ