ଦେଶ ବିଦେଶ

କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ଆଜିଠୁ ଦୁଇ ଦିନ ଭାରତ ବନ୍ଦ: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରି ଧର୍ମଘଟ

ଆଜିଠୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ । ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି। ତେଣୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ବ୍ୟାଙ୍କ୍‌ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରି ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି। ରେଳଷ୍ଟେସନ, ବିମାନବନ୍ଦର, ଅଫିସ ଗୁଡିକରେ ପିକେଟିଂ, ରାଜପଥ ଅବରୋଧ ଓ ରାସ୍ତାରୋକ କରାଯାଉଛି।

ବସ୍‌ ଓ ଟ୍ରେନ୍‌ ଚଳାଚଳ ଠପ୍‌ ହୋଇଯାଇଛି। ପେଟ୍ରୋଲ ପମ୍ପ ଗୁଡିକ ମଧ୍ୟ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ରାଷ୍ଟ୍ରାୟାତ ବ୍ୟାଙ୍କ ଗୁଡ଼ିକୁ ଘରୋଇକରଣ କରିବାର ଯୋଜନା ଏବଂ ବ୍ୟାଙ୍କ ଲ ଆମେଣ୍ଡମେଣ୍ଟ ବିଲ – ୨୦୨୧ କୁ ବିରୋଧ କରି ବ୍ୟାଙ୍କ ସଂଘ ଏହି ବନ୍ଦରେ ସାମିଲ ହୋଇଛି। ଇସ୍ପାତ, ତୈଳ, ଟେଲିକମ୍‌, କୋଇଲା, ପୋଷ୍ଟାଲ, ଆୟକର, ବିମା କ୍ଷେତ୍ର ମଧ୍ୟ ବନ୍ଦ ପାଳନରେ ସାମିଲ ହୋଇପାରେ। ତେବେ ଭାରତୀୟ ମଜଦୁର ସଂଘ ଏଥିରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି ।

ବନ୍ଦ ଡାକରାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛି ଭାରତୀୟ ମଜଦୁର ସଂଘ। ବନ୍ଦ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୬ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ବିଧାନସଭା ଆଗରେ ଫୋର୍ସ ମୁତୟନ କରାଯାଇଛି।

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago