ମୁମ୍ବାଇ ଟ୍ରାଫିକ ପୋଲିସ ପାଖକୁ ଆସିଲା ଧମକପୂର୍ଣ୍ଣ ମେସେଜ, ପୁଣି ହୋଇପାରେ ୨୬/୧୧ ଭଳି ଆକ୍ରମଣ

ମୁମ୍ବାଇର ଟ୍ରାଫିକ ପୋଲିସକୁ ମିଳିଛି ଧମକପୂର୍ଣ୍ଣ ମେସେଜ। ମୁମ୍ବାଇ ଟ୍ରାଫିକ ପୋଲିସର ହ୍ଵାଟସଆପ୍‌ ନମ୍ବରକୁ ପୁଣିଥରେ ୨୬/୧୧ ଭଳି ଆଟାକ୍‌ ହୋଇପାରେ ବୋଲି ଧମକ ମିଳିଛି। ଖବର ମୁତାବକ ଏହି ମେସେଜ ଏକ ପାକିସ୍ତାନୀ ନମ୍ବରରୁ ଆସିଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି। ଆଉ ମେସେଜ କରିଥିବା ଲୋକ କହିଛି କି, ଲୋକେସନ ଟ୍ରେସ କରିବ ତ ଭାରତ ବାହାରେ ଦେଖାଇବ କିନ୍ତୁ ଧମାକା ମୁମ୍ବାଇରେ ହେବ। ଆଉ ଏହି ଆକ୍ରମଣରେ ଭାରତର ୬ ଜଣ ସାମିଲ ରହିଛନ୍ତି ବୋଲି ଅଜ୍ଞାତ ମେସେଜରୁ ଧମକ ଆସିଛି। ଏ ସମ୍ପର୍କରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ମଧ୍ୟ ସୂଚନା ଦିଆଯାଇଛି ଏବଂ ଏଟିଏସ୍ ମଧ୍ୟ ତଦନ୍ତରେ ସାମିଲ ହୋଇ ତଦନ୍ତ ଚଳାଇଛି।

ମହାରାଷ୍ଟ୍ରର ହରି ହରେଶ୍ୱର ସମୁଦ୍ର ତଟରେ ଏକ ବିଦେଶୀ ବୋଟ୍‌ ଭାସିଥିଲା। ଏଥିରେ ଏକେ-୪୭ ରାଇଫଲ ଏବଂ ଗୁଳି ଭର୍ତ୍ତି ହୋଇଥିବା ଖବର ମିଳିଥିଲା। କିନ୍ତୁ ଏହି ବୋଟ୍‌ରେ କେହି ବ୍ୟକ୍ତି ନଥିଲେ। ସେପଟେ ସୋମାଲିଆର ମୋଗାଡିଶୁରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନରୁ ପ୍ରକାଶ ଯେ, ଅଲ-କାଏଦା ସହ ଜଡିତ ଅଲ-ଶବାବ ଏହି ଆକ୍ରମଣ ପଛରେ ରହିଛି।

ସୂଚନାଯୋଗ୍ୟ,୨୬ ନଭେମ୍ବର ୨୦୦୮ରେ ମୁମ୍ବାଇରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ହାତ ରହିଥିଲା। ଯାହାର ମାଷ୍ଟରମାଇଣ୍ଡ ଥିଲା ହାଫିଜ୍ ସଇଦ୍। ଏହି ଆକ୍ରମଣରେ ୧୬୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆତଙ୍କୀ ପୁଲିସ୍ ଗୁଳିରେ ଟଳି ପଡ଼ିଥିଲେ। ଜୀବନ୍ତ ଅବସ୍ଥାରେ ମହମ୍ମଦ କସାବକୁ ଗିରଫ କରାଯାଇଥିଲା, ତାକୁ ୨୦୧୨ରେ ଫାଶୀ ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.