ମାଉଣ୍ଟ ଏଭେରେଷ୍ଟରେ ଲାଗିଛି ଲମ୍ବା ଟ୍ରାଫିକ୍‌ ଜାମ୍‌, ଭାଇରାଲ ହେଉଛି ଭିଡିଓ

ସବୁଠାରୁ ଉଚ୍ଚତମ ପର୍ବତ ହେବା ସହିତ ଏଠାକାର ତାପମାତ୍ରା ଏତେ କମ୍‌ ଥାଏ ଯେ ମଣିଷ ଥଣ୍ଡାରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । କିନ୍ତୁ ଏବେ ଏହି ପର୍ବତ ଉପରେ ଚଢ଼ିବା ପାଇଁ ପର୍ବତାରୋହୀଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳୁଛି । ଏବେ ମାଉଣ୍ଟ ଏଭେରେଷ୍ଟ ଚଢ଼ିବା ପାଇଁ ପର୍ବତାରୋହୀଙ୍କ ଭିଡ଼ ଲାଗିଛି ।

ଦୁନିଆର ସବୁଠାରୁ ଉଚ୍ଚତମ ପର୍ବତ ହେଉଛି ମାଉଣ୍ଟ ଏଭେରେଷ୍ଟ । ଏହା ଉପରେ ଚଢ଼ିବା ସହଜ କଥା ନୁହେଁ । ସବୁଠାରୁ ଉଚ୍ଚତମ ପର୍ବତ ହେବା ସହିତ ଏଠାକାର ତାପମାତ୍ରା ଏତେ କମ୍‌ ଥାଏ ଯେ ମଣିଷ ଥଣ୍ଡାରେ ମରିବା ଭଳି ପରିସ୍ଥିତି ସୃଷ୍ଟି ହୁଏ । କିନ୍ତୁ ଏବେ ଏହି ପର୍ବତ ଉପରେ ଚଢ଼ିବା ପାଇଁ ପର୍ବତାରୋହୀଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳୁଛି । ଏବେ ମାଉଣ୍ଟ ଏଭେରେଷ୍ଟ ଚଢ଼ିବା ପାଇଁ ପର୍ବତାରୋହୀଙ୍କ ଭିଡ଼ ଲାଗିଛି । ଆଉ ଏଠାରେ ସୃଷ୍ଟି ହୋଇଛି ଲମ୍ବା ଟ୍ରାଫିକ୍‌ ଜାମ ।

ଆପଣମାନେ ରାସ୍ତାରେ ଯାଉଥିବା ସମୟରେ ତ ଅନେକ ଟ୍ରାଫିକ୍‌ ଜାମ୍‌ ରେ ଫସିଥିବେ । କିନ୍ତୁ ବର୍ତ୍ତମାନ ମାଉଣ୍ଟ ଏଭେରେଷ୍ଟ ବି ଟ୍ରାଫିକ୍‌ ଜାମ୍‌ ଲାଗିଛି । ପର୍ବତାରୋହୀମାନେ ମାଉଣ୍ଟ ଏଭେରେଷ୍ଟର ଶିଖରରେ ପହଞ୍ଚିବା ପାଇଁ ଲାଇନ୍‌ ଲଗାଇଛନ୍ତି । ନା ଏମାନଙ୍କୁ ଏତେ ଉଚ୍ଚକୁ ଚଢ଼ିବାର ଭୟ ଅଛି ନା ଏମାନଙ୍କ ଉପରେ ତାପମାତ୍ରାର ପ୍ରଭାବ ପଡ଼ୁଛି । ଅତ୍ୟଧିକ ଥଣ୍ଡାକୁ ଖାତିର ନକରି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ଏହି ଭିଡିଓକୁ ‘ଏଭେରେଷ୍ଟର ରାଜ’ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ମଣିଷ ନିଜ ବ୍ୟସ୍ତ ବହୁଳ ଜୀବନରୁ ଶାନ୍ତି ପାଇବା ପାଇଁ ଦୂର ପାହାଡ଼ ପର୍ବତ ଥିବା ଅଞ୍ଚଳକୁ ବୁଲିବା ପାଇଁ ଯାଇଥାଏ । କିନ୍ତୁ ବର୍ତ୍ତମାନ ଏଭଳି ସ୍ଥାନରେ ବି ଲୋକଙ୍କ ଭିଡ଼ ଲାଗୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ମାଉଣ୍ଟ ଏଭରେଷ୍ଟ ପର୍ବତର ଶିଖରରେ ‘ଟ୍ରାଫିକ ଜାମ’ ଲାଗିଥିବା ଦେଖିବାକୁ ମିଳିଛି । ପୂର୍ବରୁ ପାହାଡ଼ ପର୍ବତ ଉପରୁ ଖସି ପଡ଼ିବା କଥା ଭାବି ଲୋକମାନେ ପର୍ବତ ଉପରକୁ ଯିବାକୁ ଭୟ କରୁଥିଲେ । କିନ୍ତୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଏଭଳି ଭୟ ଆଉ ନାହିଁ । ଏହି କାରଣରୁ ବିଶ୍ୱର ଭିନ୍ନ ଭିନ୍ନ ଦେଶର ଲୋକମାନେ ଏଭରେଷ୍ଟ ପର୍ବତ ଉପରକୁ ଚଢ଼ିବାକୁ ଆଉ ପଛଘୁଞ୍ଚା ଦେଉ ନାହାଁନ୍ତି । ଯେଉଁଥିପାଇଁ ସର୍ବୋଚ୍ଚ ପର୍ବତ ଶିଖରରେ ଏବେ ଭିଡ଼ ଲାଗିଛି ।

କିଛି ବର୍ଷ ପୂର୍ବେ ଅଳ୍ପ ଲୋକ ହିଁ ଏଭରେଷ୍ଟ ପର୍ବତ ଉପରକୁ ଚଢ଼ିବା ପାଇଁ ସାହସ ଦେଖାଉଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇଛି । ଏହା ଏତେ ବୃଦ୍ଧି ପାଇଛି ଯେ ଏଭରେଷ୍ଟର ଶିଖରରେ ଟ୍ରାଫିକ୍ ଜାମ୍ ଲାଗିଛି । ଭାଇରାଲ ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିବା ବେଳେ ଭିଡିଓକୁ ନେଇ ସୋସିଆଲ ମିଡିଆ ୟୁଜର କମେଣ୍ଟ ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.