ଉତ୍ତରାଖଣ୍ଡ : ଚମୋଲିରେ ଖାଇକୁ ଖସିଲା କାର୍, ୫ ମୃତ

ଉତ୍ତରାଖଣ୍ଡ ଚମୋଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚମୋଲି ଜିଲ୍ଲାର ବିରହୀ ନିଜମୁଲା ମୋଟର ରାସ୍ତାରେ କାରଟି ଖାଇକୁ ଖସିପଡିଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା, ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।
ଖବର ମୁତାବକ, ବିରହୀ-ନିଜମୁଲା ମୋଟର ମାର୍ଗରେ ବରଯାତ୍ରୀ ଗାଡ଼ିଟି ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ରହିଥିଲେ । ଖାଇକୁ ଖସିପଡିବା ଯୋଗୁଁ ସମସ୍ତଙ୍କ ଜୀବନ ଚାଲିଯାଇଥିଲା । ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ଏକ ବାହାଘରରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ପରେ ପ୍ରଶାସନ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ହେଲେ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ।
ପରେ ସମସ୍ତ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ଗତ ୨୮ ତାରିଖ ଦିନ ବଦ୍ରିନାଥ ଠାରୁ ୩ କିଲୋମିଟର ଦୂର ମାନାରେ ଭୟଙ୍କର ହିମସ୍ଖଳନ ହୋଇଥିଲା। ଆର୍ମୀ ବର୍ଡର ରୋଡ୍ ଅର୍ଗାନାଇଜେସନ୍ ର ଏକ କ୍ୟାମ୍ପ ଉପରେ ମାଡ଼ି ଯାଇଥିଲା ବରଫ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଉଦ୍ଧାର ଅଭିଯାନରେ ଏନଡିଆରଏଫ, ଏସଡିଆରଏଫ, ଆର୍ମୀ ଓ ଆଇଟିବିପି ଯବାନ ରେସକ୍ୟୁ ଅପରେସନରେ ସାମିଲ ଥିଲେ । ଉଦ୍ଧାର କାର୍ଯ୍ୟରେ ଏୟାରଫୋର୍ସର ଚିତା ଓ MI-17 ହେଲିକପ୍ଟର ନିୟୋଜିତ ହୋଇଥିଲା । ସମସ୍ତ ଶ୍ରମିକଙ୍କ ଉଦ୍ଧାର ସହ ଅଭିଯାନ ଶେଷ ହୋଇଥିଲା।
Also Read : ଦିଲ୍ଲୀରେ ଭୁଶୁଡିଲା ଚାରି ମହଲା କୋଠା, ୪ ଜଣଙ୍କ ମୃତ୍ୟୁ