କାବୁଲ୍‌ ଡ୍ରୋନ୍‌ ଆକ୍ରମଣରେ ୧୦ଜଣ ସାଧାରଣ ନାଗରିକ ନିହତ ହୋଇଥିବା ସ୍ବୀକାର କଲା ଆମେରିକା

କାବୁଲ: ଡ୍ରୋନ୍‌ ଆକ୍ରମଣ ଭୁଲ ଥିଲା । ଭୁଲ ଡ୍ରୋନ୍‌ ଆକ୍ରମଣ କରିଥିବା ମାନିଲା ଆମେରିକା । ଅଗଷ୍ଟ ୨୯ ତାରିଖରେ ଆମେରିକା କାବୁଲରେ ଡ୍ରୋନ୍‌ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ୭ ଶିଶୁ ଥିଲେ । ଭୁଲ ଆକ୍ରମଣ ହୋଇଥିବା ମାନିଲେ ସେଣ୍ଟ୍ରାଲ କମାଣ୍ଡ ମୁଖ୍ୟ ଜେନେରାଲ କେନେଥ ମ୍ୟାକେନଜୀ । ମୃତ ବ୍ୟକ୍ତିଙ୍କ ISIS-K ସହ କୌଣସି ସମ୍ପର୍କ ନଥିଲା । ଭୁଲ ଆକ୍ରମଣ ପାଇଁ କ୍ଷମା ମାଗିଲେ ଜେନେରାଲ କେନେଥ ମ୍ୟାକେନଜୀ ।

Leave A Reply

Your email address will not be published.