ଉତ୍ତର ପ୍ରଦେଶ ବାରାବାଙ୍କିରେ ଯାତ୍ରୀବାହୀ ବସ୍ ପଛକୁ ଧକ୍କା ଦେଲା ଟ୍ରକ୍: ୧୮ ମୃତ ଏବଂ ୧୯ରୁ ଊର୍ଦ୍ଧ୍ୱ ଆହତ

ଉତ୍ତର ପ୍ରଦେଶ: ଛିଡା ହୋଇଥିଲା ବସ୍‌, ଧକ୍କା ଦେଲା ଟ୍ରକ। ଚାଲିଗଲା ୧୮ ଜୀବନ। ଉତ୍ତରପ୍ରଦେଶ ବାରବାଙ୍କିଠାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କଲ୍ୟାଣୀ ନଦୀ ବ୍ରିଜ ଉପରେ ବସ୍‌ଟି ଛିଡା ହୋଇଥିବାବେଳେ ହତାଠ୍‌ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା।

ଟ୍ରକଟି ଭାରସାମ୍ୟ ହରାଇ ବସ୍‌ ପଛପଟେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ମୌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.