ବିହାର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ,୨ ଗୁରୁତର

ବିହାର : ବିହାର କଟିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମସ୍ତ ମୃତକଙ୍କ ଘର ସୁପୌଲ ଜିଲ୍ଲାରେ ଥିବା ସୂଚନା ।
କଟିହାରର କୁର୍ସେଲା ଥାନା ଅଞ୍ଚଳ ଅନ୍ତର୍ଗତ କୋଶକିପୁରକୁ ଯାଉଥିଲା ବରଯାତ୍ରୀ ଗାଡି । ଚାନ୍ଦପୁର ଛକ ନିକଟରେ ଏକ ମକା ଗଦା ଦେଖି, ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ପରେ ସ୍କର୍ପିଓଟି ମକା ବୋଝେଇ ଟ୍ରାକ୍ଟର ସହିତ ଧକ୍କା ହୋଇହେଲା । ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ରାସ୍ତାରେ ମକା ଗଦା ଥିଲା। ସ୍କର୍ପିଓଟି ନିୟନ୍ତ୍ରଣ ହରାଇ ମାଡିଯାଇଥିଲା । ସ୍କର୍ପିଓରେ ଡ୍ରାଇଭର ସମେତ ମୋଟ ୧୦ ଜଣ ଥିଲେ ।
Also read: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ ରୁ ୮ଜଣଙ୍କୁ ଚାପିଦେଲା ଦ୍ରୁତଗାମୀ ଇନୋଭା କାର୍