ଆସନ୍ତାକାଲି ଟ୍ରାକ୍କୁ ଓହ୍ଲାଇବ ଟ୍ରେନ୍ ସେଟ୍-୧୮

ମୁମ୍ବାଇ(କେନ୍ଯୁଜ୍) : ଆସନ୍ତାକାଲି ଟ୍ରାକ୍କୁ ଓହ୍ଲାଇବ ଟ୍ରେନ୍ ସେଟ୍-୧୮ । ଭାରତୀୟ ରେଳବାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ହୋଇଥିବା ଏହି ‘ମେଡ୍ ଇନ୍ ଇଣ୍ଡିଆ’ ବିଳାସପୂର୍ଣ୍ଣ ଟ୍ରେନ୍ ସର୍ବେତ୍ତମ ମାନର । ଆସନ୍ତାକାଲି ଅପରାହ୍ନ ୪ଟାରେ ରେଲେଓ୍ଵ ବୋର୍ଡ ଚେୟାରମ୍ୟାନ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିବେ । ମଧ୍ୟମ ଦ୍ରୁତଗାମୀ ଏହି ଟ୍ରେନ୍ର ୧୬ଟି ବଗି ରହିଛି । ଏହା ରେକର୍ଡ ସମୟ ୧୮ ମାସ ମଧ୍ୟରେ ନିର୍ମିତ ହୋଇପାରିଛି । ପ୍ରତି ରେକ୍ ପାଇଁ ବ୍ୟୟ ହୋଇଛି ୧୦୦ କୋଟି ଟଙ୍କା ।
ଏଥିରେ ଭାରତରେ ନିର୍ମିତ ପ୍ରାୟ ୮୦ ପ୍ରତିଶତ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି । ଏଥିରେ ୧ହଜାର ୧୨୮ ଜଣ ପାସେଞ୍ଜର ବସି ପାରିବେ । ଟ୍ରେନ୍ରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଶତାବ୍ଦୀ ଏକ୍ସପ୍ରେସଠାରୁ ଏହା ଅଧିକ ବିଳାସପୂର୍ଣ୍ଣ । ଏହାର ସିଟ୍ ଗୁଡିକ ଘୂର୍ଣ୍ଣାୟମାନ । ଏଥିରେ ଓ୍ଵାଇଫାଇ ବ୍ୟବସ୍ଥା ସହ ବାୟୋ ଭାକ୍ୟୁମ୍ ଟଏଲେଟ୍ ରହିଛି । ଏହି ଟ୍ରେନ୍ରେ ଯାତ୍ରା କଲେ ଜଣେ ଯାତ୍ରୀ ନିଜକୁ ଗୌରବାନ୍ଵିତ ମନେ କରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।