କାନପୁର : ଜାଣିଶୁଣି ଟ୍ରେନ ଦୁର୍ଘଟଣା କରିବାକୁ ଷଡଯନ୍ତ୍ର, ରେଳ ଟ୍ରାକରେ ରଖାଯାଇଥିଲା ଏଲପିଜି ସିଲିଣ୍ଡର

କିଛିଦିନ ହେଲାଣି ଦେଶରେ ଲଗାତାର ଟ୍ରେନ ଜନିତ ଦୁର୍ଘଟଣା ହେବାରେ ଲାଗିଛି । ଉତ୍ତରପ୍ରଦେଶ କାନପୁରରେ ରେଲୱେ ଟ୍ରାକରେ ଗ୍ୟାସ ସିଲିଣ୍ଡର ରଖି ଟେ୍ରନ ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିବା ଜଣାପଡିଛି । ମାଲଗାଡିକୁ ଦୁର୍ଘଟଣା ଘଟାଇବାକୁ ଷଡଯନ୍ତ୍ର କରାଯାଇଥିଲା । କାନପୁର ଠାରୁ ଫତେହପୁର ଦିଲ୍ଲୀ ହାଓ୍ୱଡା ରେଲୱେ ଟ୍ରାକରେ ଏଲପିଜି ଗ୍ୟାସ ସିଲିଣ୍ଡର ରଖାଯାଇଥିଲା ।

କାନପୁରର ପ୍ରେମପୁର ରେଲୱେ ଷ୍ଟେସନ ନିକଟରେ ଲୁପ ଲାଇନରେ ଏଲପିଜି ସିଲିଣ୍ଡର ରଖାଯାଇଥିଲା । ଲୋକୋ ପାଇଲଟ ଏବଂ ସହାୟକ ଲୋକୋ ପାଇଲଟ ଏମରଜେନ୍ସୀ ବ୍ରେକ ଜରିଆରେ ମାଲଗାଡିକୁ ରୋକିଥିଲେ । ଟ୍ରେନରେ ଥିବା ରେଳ କର୍ମଚାରୀ ଆରପିଏଫ ଏବଂ ବିଭାଗକୁ ସୂଚନା ଦେଇଥିଲେ । ଏହି ଘଟଣା ସକାଳ ୫.୫୦ ମିନିଟରେ ହୋଇଥିଲା ।

ଟ୍ରେନ ଟ୍ରାକରେ ୫ କିଲୋ ଓଜନ ଖାଲି ସିଲିଣ୍ଡର ରଖାଯାଇଥିଲା । ପାଇଲଟ ଏବଂ ସହାୟକ ପାଇଲଟ ସର୍ତକତାର ଟ୍ରେନ ଦୁର୍ଘଟଣାକୁ ରୋକିବାକୁ ଚେଷ୍ଟା କରିଥିଲେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ କିଛି ସପ୍ତାହରେ କାନପୁରରେ ବଡ ରେଳ ଦୁର୍ଘଟଣା ହେବାରୁ ବର୍ତ୍ତି ଥିଲା । ଥରେ ଟ୍ରାକରେ ସିମେଣ୍ଟ ଖଣ୍ଡ ମିଳିଥିଲା । ସେହିପରି ଗତବର୍ଷ ଟ୍ରାକରେ ହେଭି ବୋଲଡର ରଖାଯାଇଥିଲା । ଏହାପରେ ଟ୍ରେନର ୨୨ଟି ବଗି ଟ୍ରାକରୁ ଓଲଟିପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like