ଦୁଃଖଦ ଘଟଣା: ରାଜସ୍ଥାନରେ ରେଳ ଧାରଣା ତଳକୁ ଖସିଲା ସୂର୍ଯ୍ୟନଗରୀ ଏକ୍ସପ୍ରେସର ୧୧ ବଗି, ୧୦ ଆହତ

ନୂଆଦିଲ୍ଲୀ : ରାଜସ୍ଥାନରେ ସୋମବାର ଭୋରରୁ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି ବୋଲି କୁହାଯାଉଛି । ବାନ୍ଦ୍ରା ଟର୍ମିନାସ-ଯୋଧପୁର ସୁର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଛି। ଭୋର ପ୍ରାୟ ୩.୨୭ରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ରେଳବାଇର ସିପିଆରଓ କହିଛନ୍ତି, ଯୋଧପୁର ଡିଭିଜନର ରାଜକିୱାସ-ବୋମାଡ୍ରା ସେକ୍ସନରେ ବଗିଗୁଡିକ ଖସିପଡିଛି। ତେବେ ଏହି ଦୁର୍ଘଟଣାରେ ୧୧ ଜଣ ଆହତ ହୋଇଛନ୍ତି। ତେବେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଅନ୍ୟପଟେ ଏହି ଦୁର୍ଘଟଣାରେ କାହାରି ମୃତ୍ୟ ହୋଇ ନାହିଁ ବୋଲି ରେଳବିଭାଗ କହିଛି । ଉତ୍ତର ପଶ୍ଚିମ ରେଳବାଇର ଜେନେରାଲ ମ୍ୟାନେଜର ତଥା ଅନ୍ୟ ଉଚ୍ଚ ପଦାଧିକାରୀମାନେ ରେଳବାଇର ଜୟପୁର ମୁଖ୍ୟାଳୟରେ ଏହି ଘଟଣାର ତଦାରଖ କରୁଛନ୍ତି।
Pali, Rajasthan | 8 coaches of Bandra Terminus-Jodhpur Suryanagari Express train derailed between Rajkiawas-Bomadra section of Jodhpur division at 3.27am today. No casualty reported. An accident relief train has been dispatched from Jodhpur by Railways:CPRO, North Western Railway
— ANI MP/CG/Rajasthan (@ANI_MP_CG_RJ) January 1, 2023
ଉତ୍ତର ପଶ୍ଚିମ ରେଳବାଇର ସି.ଆର.ପି.କହିଛନ୍ତି ଏହି ଦୁର୍ଘଟଣାରେ ପ୍ରାୟ ୧୧ ଟି କୋଚ୍ ପ୍ରଭାବିତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବନ ହାନି ହେବାର ସୂଚନା ମିଳିନାହିଁ।
ବହୁ ଉଚ୍ଚ ପଦାଧିକାରୀ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ସହିତ ରେଳବାଇ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯାତ୍ରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ମଧ୍ୟ କୌଣସି ସୂଚନା ପାଇଁ ଯୋଧପୁର ପାଇଁ: ୦୨୯୧-୨୬୫୪୯୭୯(୧୦୭୨), ୦୨୯୧-୨୬୫୪୯୯୩ (୧୦୭୨), ୦୨୯୧- ୨୬୨୪୧୨୫, ୦୨୯୧-୨୪୩୧୬୪୬ ଓ ପାଲୀ ମାର୍ୱାର୍ ପାଇଁ: ୦୨୯୩-୨୨୫୦୩୨୪ ଯୋଗାଯୋଗ କରିପାରିବେ।
ଏଥିସହିତ ଟ୍ରେନର ଜଣେ ଯାତ୍ରୀ ଏହି ଦୁଃଖଦ ଘଟଣା ବିଷୟରେ କହିଛନ୍ତି ଯେ ମାରୱାର ଜଙ୍କସନରୁ ଟ୍ରେନ ଛାଡିବାର ପାଞ୍ଚ ମିନିଟ ପରେ ଟ୍ରେନ ଭିତରେ ବହୁତ ଜୋରେ କମ୍ପନ ଶବ୍ଦ ଶୁଣାଗଲା ଏବଂ ଟ୍ରେନ ପ୍ରାୟ ୨ -୩ ମିନିଟ ପରେ ଅଟକି ଗଲା। ଯେତେବେଳେ ଆମେ ତଳକୁ ଓହ୍ଲାଇଲୁ, ଦେଖିଲୁ ଯେ ଶୋଇଥିବା ପ୍ରଶିକ୍ଷକଙ୍କ ବଗିଗୁଡିକ ଖରାପ ହୋଇଯାଇଛି | ଘଟଣାର ୧୫-୨୦ ମିନିଟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା।