ବେଙ୍ଗାଲୁରୁ: ହାଏରେ.. ଟ୍ରାଫିକ, ଫସିଲା ଟ୍ରେନ, ଭିଡିଓ ଭାଇରଲ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଟ୍ରାଫିକ ସମଗ୍ର ଦେଶରେ ସବୁଠାରୁ ଅଧିକ । ଆପଣ ଯଦି କୌଣସି ଟ୍ରାଫିକରେ ଥରେ ଫସିଗଲେ ବାହାରିବା ମୁସ୍କିଲ ହୋଇପଡେ । ନିକଟରେ ସବୁଠାରୁ ଅଧିକ ଟ୍ରାଫିକ ଥିବା ସହର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ବେଙ୍ଗାଲୁରୁ । କିନ୍ତୁ କେବେ ଭାବିଛନ୍ତି କି, ଟ୍ରେନ ମଧ୍ୟ ଟ୍ରାଫିକ ଜାମର ଶିକାର ହୋଇଛି । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ । କିନ୍ତୁ ଏମିତି ପରସ୍ଥିତି ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ।

ଭାରତୀୟ ରେଳ ଯିବା ପାଇଁ ସମସ୍ତଙ୍କୁ ରହିବାକୁ ପଡେ କିନ୍ତୁ ବେଙ୍ଗାଲୁରୁରେ ଟ୍ରାଫିକ ଯୋଗୁଁ ଟ୍ରେନକୁ ରହିବାକୁ ପଡିଛି । ଟ୍ରେନ ଟ୍ରାଫିକରେ ଫସିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ରେଳ ଫାଟକ ଖୋଲା ପଡିଛି, ଆଉ ଗାଡିଗୁଡିକ ଫସି ରହିଛି । ଫଳରେ ଟ୍ରେନର ରେଳ ଫାଟକ ନିକଟରେ ପହଞ୍ଚିଥିବା ସତ୍ୱେ ମଧ୍ୟ ଯାଇପାରୁନାହିଁ । ଟ୍ରେନ ଅଟକି ଗାଡିଗୁଡିକ ଯିବାକୁ ଅପେକ୍ଷା କରିଛି ।

ଏହି ମାମଲାରେ ରେଲୱେର ବୟାନ ସାମ୍ନାକୁ ଆସିନାହିଁ । ତେବେ ସାଉଥ ଇଷ୍ଟର୍ଣ୍ଣର ଜଣେ ଅଧିକାରୀ କହିଛନ୍ତି, ଟ୍ରେନ ଟ୍ରାଫିକ ଯୋଗୁଁ ଫସିନଥିଲା । ବରଂ ବୈଷୟିକ ସମସ୍ୟା ଥିବାରୁ ଟ୍ରେନ ମୁନେ୍ନକୋଲ୍ଲା ଗେଟ ନିକଟରେ ରହିଥିଲା । ଲୋକ ପାଇଲଟ ଟ୍ରେନରେ କିଛି ଗଡବଡ ଦେଖି ଟ୍ରେନକୁ ଅଟକାଇଥିଲେ । ଯାତାୟତ ପ୍ରଭାବିତ ନ ହେଉ ତେଣୁ ରେଳ ଫାଟକକୁ ଖୋଲାଯାଇଥିଲା ।

ଭିଡିଓକୁ ଶିଳ୍ପା ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓକୁ ୪୫ରୁ ଅଧିକ ଥର ଦେଖାସରିଲାଣି । ଭିଡିଓକୁ ଲୋକ ଲାଇକ ମଧ୍ୟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like