ପୁଣେରେ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ; ପାଲଇଟ୍‌ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ଅଳ୍ପକେ ବର୍ତ୍ତିଲେ…ଦେଖନ୍ତୁ ଫଟୋ

ମହାରାଷ୍ଟ୍ରର ପୁଣେ ଜିଲ୍ଲା ଇନ୍ଦାପୁର ତହସିଲ ଅନ୍ତର୍ଗତ କଦବନଓ୍ଵାଡି ଗାଁରେ ସୋମବାର ସକାଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୧ଟା ୩୦ରେ ଏକ ଟ୍ରେନି ବିମାନ ଗାଁର ଚାଷଜମିରେ ଖସି ପଡ଼ିଥିଲା। ଏଥିରେ ୨୨ ବର୍ଷୀୟ ଜଣେ ମହିଳା ଟ୍ରେନି ପାଇଲଟ୍‌ ଆହତ ହୋଇଛନ୍ତି। ତାଙ୍କ ନାଁ ଭାବିକା ରାଠୌଡ।

କୁହାଯାଉଛି, ଟେକ୍ନିକାଲ ତ୍ରୁଟି ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ବାରାମତିର କାର୍ଭର ଆଭିଏସନର ବୋଲି ଜଣାପଡ଼ିଛି।

ପୋଲିସ ଅଧିକାରୀ କହିଛନ୍ତି କି, ଇନ୍ଦାପୁର ତହସିଲର କଦବନଓ୍ଵାଡିରେ ସକାଳ ପ୍ରାୟ ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ଦେଖିବାକୁ ମିଳିଥିଲା। ଏକ ଘରୋଇ ଆଭିଏସନ ସ୍କୁଲର ଟ୍ରେନି ବିମାନ ପୁଣେର ବାରାମତି ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା।

ଅଧିକାରୀଙ୍କ କହିବା ମୁତାବକ, ପାଇଲଟ ଭାବିକା ରାଠୌଡଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ପରେ ବିମାନ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି। ଏହାର ଆଗପାର୍ଶ୍ୱ ଭାଙ୍ଗି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.