ସୁନ୍ଦର ଦେଖାଯିବା ପାଇଁ ଟ୍ରାନ୍ସଜେଣ୍ଡର କରାଇଲେ ୨୦ ପ୍ରକାର ସର୍ଜରୀ, ଖର୍ଚ୍ଚକଲେ ୮୧ ଲକ୍ଷ ଟଙ୍କା

ବର୍ଲିନରେ ବାସ କରୁଥିବା ଜଣେ ଟ୍ରାନ୍ସଜେଣ୍ଡର ସୁନ୍ଦର ଦେଖାଯିବା ଆଶାରେ ନିଜ ଶରୀର ସହିତ କିଛି ଏପରି କରିଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ୨୬ ବର୍ଷୀୟ ଇବାନାଙ୍କ ଜନ୍ମ ଏକ ବାଳକ ରୂପରେ ହୋଇଥିଲା କିନ୍ତୁ ବୟସ ବୃଦ୍ଧି ପାଇବା ସହିତ ସେ ନିଜ ଶରୀରରେ ହେଉଥିବା ପରିବର୍ତ୍ତନକୁ ଅନୁଭବ କରିପାରୁଥିଲେ । ଏହାପରେ ସେ ଝିଅମାନଙ୍କ ପରି ପୋଷାକ ପିନ୍ଧିବା ମଧ୍ୟ ଆରମ୍ଭ କରିଦେଲେ ।

ଇବାନା ନିଜକୁ ସୁନ୍ଦର ଦେଖିବା ପାଇଁ ଚାଁହୁଥିଲେ । ସେଥିପାଇଁ ସେ ଆଜି ପର୍ଯ୍ୟନ୍ତ ନିଜ ଶରୀରର ଅନେକ ଅଂଶରେ ପ୍ରାୟ ୨୦ଟି ସର୍ଜରୀ କରିସାରିଛନ୍ତି । ଯେଉଁଥିରେ ନାକ, ସ୍ତନ, ଆଇବ୍ରୋ, ଗାଲ ଏବଂ କାନ ମଧ୍ୟ ସାମିଲ ଅଟେ । ଏହି ସର୍ଜରୀ ପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୭ ହଜାର ପାଉଣ୍ଡ ବା ପାଖାପାଖି ୮୧ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ଇବାନାଙ୍କ କହିବା ଅନୁଯାୟୀ ସର୍ଜରୀ କରିବା ପାଇଁ ତାଙ୍କ ପାଖରେ ପଇସା ନଥିଲେ ସପ୍ତାହରେ ଦୁଇଦିନ ସେ ସେକ୍ସ ୱାର୍କର ଭାବେ ମଧ୍ୟ କାମ କରିଥାନ୍ତି ଏବଂ ସେଥିରୁ ଯାହା ରୋଜଗାର ହୁଏ ସେଥିରେ ସେ ନିଜର ସଉକ ଏବଂ ଚିକିତ୍ସା ପୁରା କରିଥାନ୍ତି ।

ଇବାନାଙ୍କ କହିବା ଅନୁଯାୟୀ ସେ ସୁନ୍ଦର ଦେଖାଯାଉନଥିଲେ ସେଥିପାଇଁ କେହି ତାଙ୍କୁ ନୋଟିସ କରନ୍ତି ନାହିଁ । ଯଦି ଆପଣ ସୁନ୍ଦର ଦେଖାଯାନ୍ତି ତାହେଲେ ସମସ୍ତେ ଆପଣଙ୍କୁ ନୋଟିସ କରିଥାନ୍ତି । ସେଥିପାଇଁ ମୁଁ ସର୍ଜରୀ କରାଇଥିଲି । ଏବେ ମୁଁ ଯୁଆଡେ ଗଲେ ବି ଲୋକ ମୋତେ ଦେଖନ୍ତି ।