ଏସିଆରେ ପ୍ରଥମ ଘଟଣା: ୩ ବର୍ଷ ପରେ ବଦଳିଲା ଟ୍ରାନ୍ସପ୍ଲାଣ୍ଟ ହାତର ରଙ୍ଗ, ଅପରେଶନ ସମୟରେ ଥିଲା ଭିନ୍ନ

ମହାରାଷ୍ଟ୍ରର ପୁଣେ ସହରରେ ରହୁଥିବା ୨୧ ବର୍ଷୀୟା ଶ୍ରେୟା ସିଦ୍ଦନାଗୋଦରଙ୍କ ହାତର ରଙ୍ଗ ଏବେ ତାଙ୍କ ଶରୀର ସହ ପୂରାପୂରି ମେଳ ଖାଇଯାଉଛି। ୩ ବର୍ଷ ପୂର୍ବରୁ ତାଙ୍କର ଇଣ୍ଟର-ଜେଣ୍ଡର ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ସେତେବେଳେ ହାତର ରଙ୍ଗ ଅଲଗା ଥିଲା।

a2

ଶ୍ରେୟା କହିଛନ୍ତି, ‘୨୦୧୬ରେ ହୋଇଥିବା ଏକ ଦୁର୍ଘଟଣାରେ ସେ ନିଜ ହାତକୁ ହରାଇ ଦେଇଥିଲେ। ୨୦୧୭ରେ କୋଚ୍ଚିର ଅମୃତା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଅପରେଶନ ହୋଇଥିଲା। ଏହା ପ୍ରଥମ ଇଣ୍ଟର-ଜେଣ୍ଡର ହ୍ୟାଣ୍ଡ ଟ୍ରାନ୍ସପ୍ଲାଣ୍ଟ ଥିଲା। କେରଳର ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ହାତକୁ ଆଣି ମୋ ଶରୀରରେ ଲଗାଯାଇଥିଲା। ପ୍ରଥମେ ମୁଁ ପ୍ରୋଥେଷ୍ଟିକ୍‌ ହାତ ବ୍ୟବହାର କରିବାକୁ ଚେଷ୍ଟା କରିଥିଲି, କିନ୍ତୁ ପରେ ସର୍ଜରୀ କରିବାକୁ ନିଷ୍ପତ୍ତି ନେଲି। ସେତେବେଳେ ହାତର ରଙ୍ଗ ଶରୀର ରଙ୍ଗ ସହ ମିଶୁ ନ ଥିଲା।

a3

ଏ ବାବଦରେ ପ୍ଲାଷ୍ଟିକ୍‌ ସର୍ଜନ ଡାକ୍ତର ମୋହିତ ଶର୍ମାଙ୍କ କହିବା ହେଲା, ‘ଯୁବତୀଙ୍କଠାରେ ହର୍ମୋନ୍‌ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ଦୁନିଆରେ ପାଖାପାଖି ୨୦୦ଟି ମାମଲାରେ ଏପରି ହାତ ଟ୍ରାନ୍ସପ୍ଲାଣ୍ଟ ହୋଇଛି, କିନ୍ତୁ କୌଣସି ବି ମାମଲାରେ ସ୍କିନ୍‌ ଟୋନ୍‌ରେ ପରିବର୍ତ୍ତନ ଭଳି ରେକର୍ଡ ନାହିଁ। ସମ୍ଭବତଃ ଏହା ପ୍ରଥମ ଘଟଣା’।

Leave A Reply

Your email address will not be published.