ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଯାତ୍ରା କରିବା ଏବେ ପଡିବ ମହଙ୍ଗା, କିଲୋମିଟର ପିଛା ଦେବାକୁ ହେବ ୨ ଟଙ୍କା ୪୫ ପଇସା

ଯୋଗୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏବେ ଯାତ୍ରା ହେବ ମହଙ୍ଗା। ଉତ୍ତର ପ୍ରଦେଶ ସରକାର ଏକ୍ସପ୍ରେସ ୱେରେ ଟୋଲ୍‌ ପ୍ଲାଜା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମେ ପ୍ରଥମରୁ ଟୋଲ ପ୍ଲାଜା ଆରମ୍ଭ ହେବ। ଆଉ ଗାଡି ଚାଳକଙ୍କୁ କିଲୋମିଟର ପିଛା ୨ ଟଙ୍କା ୪୫ ପଇସା ଦେବାକୁ ହେବ।

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଟୋଲ ପ୍ଲାଜା ହେବା ପାଇଁ ମନ୍ତ୍ରୀମଣ୍ଡଳ ଅନୁମତି ମିଳିସାରିଛି। ମଙ୍ଗଳବାର ଦିନ ୟୁପି କ୍ୟାବିନେଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଟୋଲ ପ୍ଲାଜା ସଂଚାଳନ, ଆମ୍ବୁଲାନ୍ସ ଏବଂ ପାଟ୍ରୋଲିଂ କରୁଥିବା ଗାଡିକୁ ଅନୁମତି ଦେଇସାରିଛି। ଟୋଲ ପ୍ଲାଜା ନିକଟରେ ୬ଟି ଆମ୍ବୁଲାନ୍ସ, ୧୨ଟି ପାଟ୍ରୋଲିଂ ଗାଡି ଉପଲବ୍ଧ ରହିବ ବୋଲି ଏଜେନ୍ସୀ ସହିତ କଥାବାର୍ତ୍ତା ହୋଇ ମଞ୍ଜୁରୀ ମିଳିସାରିଛି ବୋଲି ରାଜ୍ୟ ଉଦ୍ୟୋଗ ମନ୍ତ୍ରୀ ନନ୍ଦ ଗୋପାଳ ନଦୀ କହିଛନ୍ତି।

ନଭେମ୍ବର ୧୬, ୨୦୨୧ରେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେକୁ ଉଦ୍‌ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ୩୪୧ କିମି ଲମ୍ବା ଏହି ଏକ୍ସପ୍ରେସ ୱେ ୯ ଜିଲ୍ଲା ଲକ୍ଷ୍ମୌ ହୋଇ ବାରାବାଙ୍କୀ, ଫୋଜାବାଦ, ଆମ୍ବେକରନଗର, ଆମେଠୀ, ସୁଲତାନପୁର, ଆଜମଗଢ, ମଉ ଏବଂ ଗାଜୀପୁର ହୋଇ ଯାଇଛି। ଏହି ଏକ୍ସପ୍ରେସ ୱେ ହେବା ଫଳରେ ଏବେ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ଯିବାକୁ ମାତ୍ର ୧୦ରୁ ୧୧ ଘଣ୍ଟା ଲାଗିବ। ଲକ୍ଷ୍ମୌରୁ ଗାଜିପୁର ଯିବାକୁ ୬ ଘଣ୍ଟା ପରିବର୍ତ୍ତେ  ୩ ଘଣ୍ଟାରେ ଦୂରତା ଅତିକ୍ରମ କରିବ । ଏଠାରେ ନିର୍ମାଣ ହେବାକୁ ଥିବା ପୋଲିସ୍ ପୋଷ୍ଟ ସହିତ ହେଲିପ୍ୟାଡ୍ ମଧ୍ୟ ନିର୍ମାଣ କରାଯିବ । ଏଠାରେ ଜରୁରୀ କାଳିନ ସ୍ଥିତିରେ ଅବତରଣ କରିପାରିବ ବାୟୁସେନା ବିମାନ ।

express way
Photo credit: Guwahati plus

ଏହି ଏକ୍ସପ୍ରେସ ୱେରେ ୧୮ଟି ଫ୍ଲାଏଓଭର, ୭ଟି ରେଲୱେ ଓଭରବ୍ରିଜ, ୬ଟି ଟୋଲ, ୫ଟି ର‍୍ୟାମ୍ପ ପାସ୍‌, ୭ଟି ଅଣ୍ଡରପାସ୍‌ ରହିଛି। ଏହାଛଡା ୧୧୮ଟି ଛୋଟ ବ୍ରିଜ ଏବଂ ୫୦୨ଟି କଲର୍ଭଟ ରହିଛି। ଏହି ଏକ୍ସପ୍ରେସ ୱେକୁ ୬ ଲେନ୍‌ କରାଯାଇଛି।  ଏକ୍ସପ୍ରେସ ୱେରେ ଯାଉଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରତି ପ୍ୟାକେଜରେ ୧୧୨ ଗାଡି ଏବଂ ଆମ୍ବୁଲାନ୍ସ ରହିବ। ଏହାଛଡା ଏକ୍ସପ୍ରେସ ୱେରେ ପୋଲିସ ଫାଣ୍ଡି ମଧ୍ୟ ନିର୍ମାଣ କରାଯିବ। ଏହି ଏକ୍ସପ୍ରେସ ୱେରେ ୮ଟି ପେଟ୍ରୋଲ ପମ୍ପ ନିର୍ମାଣ କରାଯିବ। ଏହାସହିତ ସିଏଜି ଷ୍ଟେସନ ମଧ୍ୟ ରହିବ। କେବଳ ଏତିକି ନୁହେଁ ଇଲେକ୍ଟ୍ରି ଯାନ ଚାର୍ଜ ପାଇଁ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ।

ସୂଚନାଯୋଗ୍ୟ, ୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୧୪ ତାରିଖରେ ଆଜମଗଢରେ ଏହାର ଶିଳାନ୍ୟାସ କରିଥିଲେ। ଏହି ଏକ୍ସପ୍ରେସ ୱେ ୨୨,୪୯୪ କୋଟି ଟଙ୍କାରେ ନିର୍ମିତ ହୋଇଛି। ଯାହାକୁ ତିଆରି ହେବା ପାଇଁ ପାଖାପାଖି ୩୬ ମାସ ଅର୍ଥାତ୍‌ ୩ ବର୍ଷ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.