ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମୁହାଁଉଛି ବାତ୍ୟା, ଆଜି କରିବ ଲ୍ୟାଣ୍ଡଫଲ

ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ଫେଙ୍ଗାଲ । ଧୀରେ ଧୀରେ ବଙ୍ଗୋପସାଗରରେ ଉପକୂଳ ଆଡ଼କୁ ମୁହାଁଉଛି ବାତ୍ୟା । ଚେନ୍ନାଇ ଠାରୁ ୨୧୦ କିଲୋମିଟର ଦୂରରେ ଅଛି । ଅପରାହ୍ନରେ କଡ଼ାଇକାଲ ଓ ମହାବଳୀପୁରମ ମଧ୍ୟରେ ତାମିଲନାଡ଼ୁ-ପୁଡୁଚେରୀ ଉପକୂଳ ଅତିକ୍ରମ କରିବ ବାତ୍ୟା । ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ରହିବ । ଝଟକା ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିପାରେ ।

ଏହାର ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡ଼ୁ, ପୁଡ଼ୁଚେରୀ ଏବଂ ସଂଲଗ୍ନବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ଉପକୂଳକୁ ରେଡ ଆଲର୍ଟ ଜାରି ହୋଇଛି । ବାତ୍ୟା ମୁକାବିଲା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପୁଡ଼ୁଚେରୀ ସିଏମ ସ୍ବତନ୍ତ୍ର ବୈଠକ କରିଛନ୍ତି  । ଏପଟେ ‘ଫେଙ୍ଗାଲ’ ପ୍ରଭାବରେ ଶ୍ରୀଲଙ୍କାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୮ ଆହତ ହୋଇଛନ୍ତି । ୪ ଲକ୍ଷରୁ ଅଧିକ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି  ।

You might also like