୩୦ ବର୍ଷ ପରେ ପ୍ରଥମ ଥର ପାଇଁ ଲାଲଚୌକରେ ଉଡିଲା ତ୍ରିରଙ୍ଗା, ଖୋଲା ରିହଲା ଦୋକାନ ବଜାର

ଶ୍ରୀନଗର : ଦୀର୍ଘ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ଶ୍ରୀନଗର ଲାଲଚୌକରେ ଉଡିଲା ତ୍ରିରଙ୍ଗା ପତାକା । ଶ୍ରୀନଗରରେ ଏଥି ପୂର୍ବରୁ ୨୦୨୨ ରେ ତ୍ରିରଙ୍ଗା ଉଡିଥିଲା । ଧିରେ ଧିରେ କଶ୍ମୀର ଘାଟି ଆତଙ୍କବାଦ କବଳରୁ ମୁକ୍ତ ହେବାକୁ ଯାଉଛି । ଲୋକେ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପସନ୍ଦ କରୁଛନ୍ତି ।

ତେବେ ଏହା ସମ୍ଭବ ହୋଇଛି କଶ୍ମୀରରୁ ୩୭୦ ଧାରା ଉଠିବା ପରେ । ୧୯୯୦ ପରେ ପ୍ରଥମ ଥର ପାଇଁ ଶ୍ରୀନଗର ଲାଲଚୌକରେ ତ୍ରିରଙ୍ଗା ଉଡିଛି । ଖାଲି ସେତିକି ନୁହେଁ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ ଏଠାକାର ଦୋକାନ ବଜାର ଖୋଲିଛି । କାରଣ ଆତଙ୍କବାଦୀଙ୍କ ଉକ୍ତ ଦିନ ଏଠାରେ ତ୍ରିରଙ୍ଗା ଉଡିବାକୁ ବାରଣ କରିବା ସହ ଦୋକାନ ବଜାର ନ ଖୋଲିବାକୁ ଚେତାବନୀ ଦେଇଥାନ୍ତି ।

ଫଳରେ ଲୋକେ ଏଠାରେ ଭୟରେ ଦୋକାନ ବଜାର ଖୋଲି ନଥାନ୍ତି । ଏଠାକାର ସରକାର ମଧ୍ୟ ଆଇନ ଶୃଙ୍ଖଳା ଆଳରେ ଜାତୀୟ ପତାକା ଉଡାଇବାକୁ ଦେଉ ନଥିଲେ । ହେଲେ ଏବେ ୩୭୦ ଧାରା ଉଚ୍ଛେଦ ସହ କଠୋର ଆତଙ୍କବାଦୀ ବିରୋଧୀ ଅଭିଯାନ ଯୋଗୁ ଆଜି ଏଠାରେ ପତାକା ଉଡାଇବା ସମ୍ଭବ ହୋଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.