ଲୋକସଭାରେ ପାସ୍ ହେଲା ତ୍ରିପଲ୍ ତଲାକ୍ ବିଲ୍

ଲୋକସଭାରେ ଟ୍ରିପଲ ତଲାକ ବିଲ୍ ପାସ୍ । ବିଲ୍ ସପକ୍ଷରେ ୨୪୫ ଖଣ୍ଡ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ପଡିଥିଲା ୧୧ ଭୋଟ । ବିଲରେ ଅନେକ ସଂଶୋଧନ କରାଯାଇ ଭୋଟିଂ ମାଧ୍ୟମରେ ଏହାକୁ ପାସ କରାଯାଇଛି। ପୂର୍ବରୁ ଟ୍ରିପଲ ତଲାକ ବିଲ୍ ନେଇ ଘମାସାନ ବିତର୍କରେ ବିରୋଧୀଦଳର ସାଂସଦମାନେ ଭାଗ ନେଇ ସିଲେକ୍ଟ କମିଟିକୁ ବିଲ୍କୁ ପଠାଇବାକୁ ଦାବି କରିଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏଆଇଏମଆଏମ ବିଲକୁ ଯୁଗ୍ମ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। ତେବେ ସରକାର ଏବି ଦାବିକୁ ଅଗ୍ରାହ୍ୟ କରିବାରୁ ଭୋଟିଂ ପୂର୍ବରୁ କକ୍ଷତ୍ୟାଗ କରିଥିଲେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଓ ଏଆଇଏଡିଏମକେ । ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଏହି ବିଲ ଆଗତ ହେବ।