ଗୁରୁତ୍ୱପୂର୍ଣ୍ଣ ଆଲୋଚନାବେଳେ ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖିଲେ ବିଧାୟକ, ଭିଡିଓ ଭାଇରାଲ

ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲୁଥିବା ବେଳେ ଜଣେ ବିଧାୟକ ଅଶ୍ଳୀଳ ଭିଡିଓ ଦେଖିବା ଖବର ନଜରକୁ ଆସିଛି । ଏହି ଘଟଣାଟି ଘଟିଛି ତ୍ରପୁରା ବିଧାନସଭାରେ । ଗୃହରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଏହି ବିଧାୟକ ଜଣକ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ନଜର ଆସିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଛି ।

ଅଗରତାଲା : ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲୁଥିବା ବେଳେ ଜଣେ ବିଧାୟକ ଅଶ୍ଳୀଳ ଭିଡିଓ ଦେଖିବା ଖବର ନଜରକୁ ଆସିଛି । ଏହି ଘଟଣାଟି ଘଟିଛି ତ୍ରପୁରା ବିଧାନସଭାରେ । ଗୃହରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଏହି ବିଧାୟକ ଜଣକ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ନଜର ଆସିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଛି ।

ବିଧାୟକ ଜଣକ ଯାଦବ ଲାଲ ଦେବନାଥ ବୋଲି ଜଣାପଡ଼ିଥିବା ବେଳେ ସେ ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି । ଗୃହ ଚାଲିଥିବା ବେଳେ ସେ ଅଶ୍ଳୀଳ ଭିଡିଓ ଦେଖୁଥିବା ନଜରକୁ ଆସିଥିଲେ । ଏହାକୁ ନେଇ ଗୃହରେ ଅନ୍ୟ ସଦସ୍ୟମାନେ ହୋ ହଲ୍ଲା କରିବା ସହ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

ସଦ୍ୟ ନିର୍ବାଚିତ ସରିଥିବା ତ୍ରପୁରା ବିଧାନ ସଭାର ଗୃହ କାର୍ଯ୍ୟ ମାର୍ଚ୍ଚ ୨୪, ୨୭ ଓ ୨୮ ରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଉକ୍ତ ବିଧାୟକଙ୍କ ପଛରେ ବସିଥିବା ଜଣେ ଅନ୍ୟ ବିଧାୟକ ରେକର୍ଡ କରିଥିଲେ । ରେକର୍ଡରୁ ଜଣାପଡିଛି ଯେ ଗୃହରେ ବଜେଟ ଆଲୋଚନା ଚାଲିଥିବା ବେଳେ ବିଧାୟକ ଜଣକ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ।

ତେବେ ଉକ୍ତ ବିଧାୟକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀ ଦେବନାଥ ପ୍ରଥମ ଥର ପାଇଁ ଉତ୍ତର ତ୍ରିପୁରାର ବାଗବସା ଆସନରୁ ବିଜୟ ହୋଇଛନ୍ତି । ୫୫ ବର୍ଷ ବୟସ୍କ ଦେବନାଥ ମଧ୍ୟ ତ୍ରିପୁରା ରାଜ୍ୟ ବିଜେପିର ସମ୍ପାଦକ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.