କେସିଆର୍‌ଙ୍କ ଜାତୀୟ ଦଳ ଉନ୍ମୋଚନ ପୂର୍ବରୁ ମଦ, ଚିକେନ୍‌ ପାର୍ଟି! ଦେଖନ୍ତୁ ଚକିତ କଲା ଭଳି ଭିଡିଓ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଜାତୀୟ ଦଳ ଲଞ୍ଚ୍‌ କରିବାକୁ ଯାଉଛନ୍ତି। ଏହାକୁ ନେଇ ତାଙ୍କ ପାର୍ଟି ‘ଟିଆର୍‌ଏସ୍‌’ରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏପରି କି, ଲୋକମାନଙ୍କ ମଧ୍ୟରେ ମଦ, ଚିକେନ୍‌ ଆଦି ବଣ୍ଟନ କରାଯାଉଛି। ଏହାରି ଭିତରେ ଟିଆର୍‌ଏସ୍‌ ନେତା ରାଜନାଲା ଶ୍ରୀହରିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ନେଇ ଏବେ ବିବାଦ ମଧ୍ୟ ଘନେଇବାରେ ଲାଗିଛି।

ଅଭିଯୋଗ ରହିଛି ଯେ ରାଜନାଲା ଶ୍ରୀହରି ମଙ୍ଗଳବାର ନିଜର ପୂର୍ବ ନିର୍ବାଚନ ମଣ୍ଡଳୀ ଓ୍ଵରଙ୍ଗଲରେ ଦଶହରା ଅବସରରେ ଲୋକଙ୍କୁ ମଦ ଓ ଚିକେନ ବଣ୍ଟନ କରିଛନ୍ତି। ଭାଇରାଲ ଭିଡିଓରେ ମଦ ଓ ଜିଅନ୍ତା କୁକୁଡ଼ା ନେବା ପାଇଁ ଲୋକମାନଙ୍କର ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳୁଛି।

ରାଜନାଲା ଲୋକମାନଙ୍କୁ ବାଣ୍ଟିବା ପାଇଁ ୨୦୦ ଚିକେନ୍‌ ସହ ୨୦୦ ବୋତଲ ମଦ କିଣିଥିଲେ, ଯାହାକୁ ସେ ୨୦୦ କୁଲିଙ୍କୁ ବାଣ୍ଟିଥିଲେ। ରାଜନାଲା ଓ ତାଙ୍କ ଟିମ୍‌ କୁଲିମାନଙ୍କର ଏକ ସଭା ଡକାଇଥିଲେ, ଯେଉଁଠି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ରାଜ୍ୟ ଆଇଟି ଓ ଉଦ୍ଦ୍ୟୋଗ ମନ୍ତ୍ରୀ କେଟି ରାମା ରାଓଙ୍କ କଟ୍‌ଆଉଟ ଲଗାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.