ଇଥିଓପିଆ : ଭାରସାମ୍ୟ ହରାଇ ନଦୀକୁ ଖସିଲା ଟ୍ରକ, ୬୦ ମୃତ

ଆଫ୍ରିକୀୟ ଦେଶ ଇଥିଓପିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଯାତ୍ରୀପୂର୍ଣ୍ଣ ଟ୍ରକ ନଦୀରେ ଖସିପଡିବାରୁ ୬୦ ଜଣଙ୍କର ଜୀବନ ଚାଲିଯାଇଛି । ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ବୋନା ଜିଲ୍ଲାରେ ଘଟିଛି । ଏହି ଦୁର୍ଘଟଣାରେ ଆହତମାନଙ୍କୁ ବୋନା ଜେନେରାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ରାଜଧାନୀ ଆଡିସ୍ ଆବାବା ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ସିଡାମା ରାଜ୍ୟରେ ଏହି ଦୁର୍ଘଟଣା ଘଟିଛି ।

ରାଷ୍ଟ୍ରାୟତ୍ତ ଇଥିଓପିଆର ବ୍ରଡକାଷ୍ଟିଂ କର୍ପୋରେସନ୍ (ଇବିସି) ଅନୁଯାୟୀ, ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ସମସ୍ତ ଲୋକ ଏକ ଇଜୁଜୁ ଟ୍ରକରେ ଯାତ୍ରା କରୁଥିଲେ । କିନ୍ତୁ ହଠାତ୍ ଟ୍ରକଟି ଭାରସାମ୍ୟ ହରାଇ ନଦୀରେ ଖସିପଡିଥିଲା । ଅନ୍ୟପକ୍ଷରେ ନଦୀରେ ଲୋକଙ୍କ ସନ୍ଧାନ ଜାରି ରହିଛି । ସ୍ଥାନୀୟ ଲୋକ ଏବଂ ସରକାରୀ ବିଭାଗ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ, ତେବେ ଇଥିଓପିଆରେ ସଡ଼କ ଦୁର୍ଘଟଣା ସାଧାରଣ ହୋଇପଡିଛି । ଖରାପ ଡ୍ରାଇଭିଂ ମାନକ ଏବଂ ଜଟିଳ ଯାନଗୁଡିକ ଏଠାରେ ସୁରକ୍ଷିତ ପରିବହନ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ । ୨୦୧୮ ରେ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନଙ୍କ ଭରପୂର ଏକ ବସ୍ ଖାଲରେ ଖସିପଡିଥିଲା , ଯେଉଁଥିରେ ୩୮ ଜଣ ଲୋକ ପ୍ରାଣ ହରାଇଥିଲେ ।