ହରିୟାଣା : ଶ୍ରଦ୍ଧାଳୁଙ୍କ ଗାଡିକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ, ୮ ମୃତ, ଅନେକ ଗୁରୁତର

ହରିୟାଣାର ଜିନ୍ଦ ଜିଲ୍ଲାର ନରଓ୍ୱାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଶ୍ରଦ୍ଧାଳୁ ଭର୍ତ୍ତି ଥିବା ଟାଟା ମ୍ୟାଜିକକୁ ଧକ୍କା ଦେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନ୍ୟ ସ୍ଥାନକୁ ରେଫର କରାଯାଇଛି ।

ଖବର ମୁତାବକ, କୁରୁକ୍ଷେତ୍ର ମେଛଦୀ ଗାଁର ୧୬ ଜଣ ଲୋକ ଏକ ଟାଟା ମ୍ୟାଜିକରେ ରାଜସ୍ଥାନର ଗୋଗାମେଡି ଧାମ ପୂଜା କରିବାକୁ ଯାଉଥିଲେ । ରାତି ୧ଟାରେ ଶ୍ରଦ୍ଧାଳୁଙ୍କୁ ନେଇ ଟାଟା ମ୍ୟାଜିକ ନାରଓ୍ୱାନାର ବିରଧାନା ଗାଁ ନିକଟରେ ପହଞ୍ଚିଥିବା ବେଳେ ଦ୍ରୁତଗତିରେ ଏକ ଟ୍ରକ ପଛରୁ ଆସି ଶ୍ରଦ୍ଧାଳୁଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟାଟା ମ୍ୟାଜିକ ଗାଡିଟି ଓଲଟି ପଡିଥିଲା । ଦୁର୍ଘଟଣା ପରେ ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୮ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆ ହତଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ପରିଚୟ ମିଳିଛି । ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ୫ ଜଣ ପୁରୁଷ ରହିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରିବା ସହିତ ଅଧିକ ଯାଞ୍ଚ କରୁଛି ।

You might also like