ଚଳନ୍ତା କାର୍‌ ଉପରେ ଓଲଟି ପଡ଼ିଲା ଅଳିଆ ବୋଝେଇ ଟ୍ରକ୍‌, ଗୋଟିଏ ପରିବାରର ୪ ମୃତ

ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୟୁପି ଧବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଳିଆ ବୋଝେଇ ଟ୍ରକ୍‌ । କାରକୁ ଧକ୍କା ଦେଇ ଟ୍ରକଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଏକ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି ।

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୟୁପି ଧବା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଳିଆ ବୋଝେଇ ଟ୍ରକ୍‌ । କାରକୁ ଧକ୍କା ଦେଇ ଟ୍ରକଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଏକ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି ।

ପୋଲିସ କହିବା ଅନୁଯାୟୀ, ରାମପ୍ରକାଶ ଶାଖା ଭିଣ୍ଡ ଜିଲ୍ଲାର ଲହାର ବାସିନ୍ଦା ଏବଂ ସେ ସାରଙ୍ଗପୁରର ଏକ ପୋଷ୍ଟ ମ୍ୟାଟ୍ରିକ୍‌ ହଷ୍ଟେଲରେ କାମ କରୁଥିଲେ। ସାରଙ୍ଗପୁରରୁ କାର ଯୋଗେ ଲାହର ଅଭିମୁଖେ ଯାତ୍ରା କରିଥିଲେ। ଗୁନା ବାଇପାସ୍ ଉପରେ ୟୁପି ଢାବା ନିକଟରେ ଯାଉଥିବା ବେଳେ ଗୋଟିଏ ଜେସିବି କାର୍‌ଟିକୁ କ୍ରସ୍‌ କରି ଯାଇଥିଲା । ଏଥିପାଇଁ କାର୍‌ ଚାଳକ କାରଟିକୁ ରାସ୍ତାରୁ ହଟାଇ ପାର୍କିଂ କରିଥିଲେ । ଜେସିବି ଅତିକ୍ରମ କରିବା ପରେ କାର୍‌ ଚାଳକ ରାସ୍ତାରେ କାରଟି ନେବା ମାତ୍ରେ ପଛରୁ ଆସୁଥିବା ଅଳିଆ ଭର୍ତ୍ତି ଏକ ଟ୍ରକ କାର ସହ ମୁହାଁମୁହିଁ ଧକ୍କା ଦେଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା। ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲା। ପରେ ଗୁନା ଏସପି ବିଜୟ ଖତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ଏହି ଦୁର୍ଘଟଣାରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିବା ଏସପି ଖତ୍ରି କହିଛନ୍ତି। ମୃତକଙ୍କ ମାନେ ହେଉଛନ୍ତି ରାମପ୍ରକାଶ ଶାକିଆ, ତାଙ୍କ ପତ୍ନୀ ଜୟଦେବୀ ଏବଂ ଦୁଇ ଝିଅ ରୋଶନି ଏବଂ ଗୀତା ଅଛନ୍ତି। ଏଥିସହ ରାମପ୍ରକାଶଙ୍କ ଭାଇ ସୁମିତ ଏବଂ ଭଉଣୀ ରାଖୀ ଆହତ ହୋଇଛନ୍ତି । ସମସ୍ତ ମୃତ ଓ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି । ଏନେଇ ଦୁର୍ଘଟଣା ସମ୍ପର୍କରେ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି।

You might also like