ଦୁଇ ଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପ ଆଜି ଦିଲ୍ଲୀରେ ରାତି କାଟିବେ, ଚାଣକ୍ୟପୁରୀର ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି
କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନିଆ ଗସ୍ତରେ ଆସିଥିବା ଟ୍ରମ୍ପ ଆଜି ଦିଲ୍ଲୀରେ ରାତି କାଟିବେ । ଦିଲ୍ଲୀର ଏକ ବିଳାସମୟ ହୋଟେଲରେ ରାତ୍ରୀଯାପନ କରିବେ । ଚାଣକ୍ୟପୁରୀର ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି । ଝିଅ ଇଭାଙ୍କା ଓ ଜ୍ୱାଇଁ ମଧ୍ୟ ଏହି ହୋଟେଲରେ ରହିବେ । ଏଥିପାଇଁ ହୋଟେଲର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲର ଗ୍ରାଣ୍ଡ ପ୍ରେସିଡେନସିଆଲ ସୁଟ୍ରେ ଟ୍ରମ୍ପ ପରିବାର ରହିବେ । ହୋଟେଲରେ ଏହି ସୁଟରେ ରହିବାରେ ଆମେରିକାର ଚତୁର୍ଥ ରାଷ୍ଟ୍ରପତି ହେଉଛନ୍ତି ଡୋନାଲଡ ଟ୍ରମ୍ପ । ଏହା ପୂର୍ବରୁ ବିଲ କ୍ଲିଣ୍ଟନ, ଜର୍ଜ ବୁଶ ଓ ବାରାକ ଓବାମା ରହିସାରିଛନ୍ତି । ହୋଟେଲର ୧୪ ମହଲାରେ ଏହି ସୁଟ୍ ରହିଛି । ହୋଟେଲରେ ସମସ୍ତ ଲକଜୁରୀ ସୁବିଧା ସହ ଇଣ୍ଡୋର ଏୟାର କ୍ୱାଲିଟି ଭଲ ରହିଛି । ଭାରତର ଏହା ଏକମାତ୍ର ହୋଟେଲ ଯେଉଁଠି ଇନଡୋର ଏୟାର କ୍ୱାଲିଟି WHO ଷ୍ଟାଣ୍ଡାର୍ଡର । ଚଟାଣ କଳା କାଠରେ ନିର୍ମାଣ ହୋଇଛି । ଦୁଇଟି ବେଡ ରୁମ୍ ଥିବାବେଳେ ରିସେପସନ, ପ୍ରାଇଭେଟ ଡାଇନିଂ ରୁମ୍, ମିନି ସ୍ପା ଓ ଜିମ୍ ସୁବିଧା ରହିଛି । ମୋଟ ୪୬୦୦ ସ୍ପୋୟାର ଫୁଟର ସୁଟ୍ । ଗୋଟିଏ ରାତି ପାଇଁ ଏହି ସୁଟର ଦାମ ରହିଛି ୮ ଲକ୍ଷ ଟଙ୍କା । ଏହାସହ ସ୍ୱତନ୍ତ୍ର ବାଲକୋନୀ ରହିଛି । ଏହି ଫ୍ଲୋରରେ ପ୍ରେସିଡେନସିଆଲ ସିକ୍ୟୁରିଟି ୨୪ ଘଣ୍ଟା ସୁରକ୍ଷା ଦେବେ ।